ପର୍ଜଙ୍ଗ ଜିଲ୍ଲା ପରିଷଦ ଜୋନ-୨ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ୍‌-୨ ପାଇଁ ଆଜି ବିଜେପି ପ୍ରାର୍ଥୀ ଶୈରେନ୍ଦୀ ସେଠୀ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ସଭାପତି ବିଭୂତି ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀଙ୍କ ଗହଣରେ ଶୈରେନ୍ଦ୍ରୀ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ଶୋଭାଯାତ୍ରା ଥାନା ନିକଟାରୁ ବାହାରି ବଜାର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲା। ଏଠାରେ ଫେବୃଆରୀ ୨୧ ତାରିଖରେ ନିର୍ବାଚନ ହେବ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ […]

bjp

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 07:39 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଜିଲ୍ଲା ପରିଷଦ ଜୋନ୍‌-୨ ପାଇଁ ଆଜି ବିଜେପି ପ୍ରାର୍ଥୀ ଶୈରେନ୍ଦୀ ସେଠୀ ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ସଭାପତି ବିଭୂତି ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀଙ୍କ ଗହଣରେ ଶୈରେନ୍ଦ୍ରୀ ଏକ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ।

ଏହି ଶୋଭାଯାତ୍ରା ଥାନା ନିକଟାରୁ ବାହାରି ବଜାର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲା। ଏଠାରେ ଫେବୃଆରୀ ୨୧ ତାରିଖରେ ନିର୍ବାଚନ ହେବ। ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା। କୋର୍ଟ ଅନ୍ତରୀଣ ଆଦେଶ ହଟାଇ ନେବା ପରେ ଏହି ଆସନ ପାଇଁ ପଥ ପରିଷ୍କାର ହୋଇଥିଲା।

Related story