ପାରାଦୀପ: ଯୁଦ୍ଧ ଜାହାଜ ଦେଖିଲେ ସାଧାରଣ ଲୋକେ

ପାରାଦୀପ: ଯୁଦ୍ଧ ଜାହାଜ ଦେଖିବା ଓ ଏଥିରେ ଚଢିବାର ବିରଳ ସୁଯୋଗ ପାଇଛନ୍ତି ପାରାଦୀପର ବାସିନ୍ଦା। ସାଧାରଣ ଲୋକଙ୍କୁ ଯୁଦ୍ଧ ଜାହାଜ ଦେଖିବାର ସୁଯୋଗ ଦେବାକୁ ଭାରତୀୟ ନୌସେନା ପକ୍ଷରୁ ଆଜି ଆଇଏନ୍ଏସ୍ ଐରାବତ ଓ ଆଇଏନ୍ଏସ୍ ଖୁକ୍ରିକୁ ବନ୍ଦରର ଡକରେ ରଖାଯାଇଥିଲା। ଅନେକଙ୍କ ପାଇଁ ଏହା ଥିଲା ପ୍ରଥମ ଓ ନିଆରା ଅନୁଭୂତି। ଖାସ୍ କରି ସ୍କୁଲ ପିଲାମାନେ ଏଭଳି ସୁଯୋଗ ପାଇ ବେଶ ଖୁସି ହୋଇଥିଲେ। ଆଇଏନ୍ଏସ୍ ଐରାବତ୍ ଓ ଆଇଏନ୍ଏସ୍ ଖୁକ୍ରି ଭାରତୀୟ […]

paradeep warship2

Rakesh Mallick
  • Published: Wednesday, 25 November 2015
  • , Updated: 25 November 2015, 03:36 PM IST

ପାରାଦୀପ: ଯୁଦ୍ଧ ଜାହାଜ ଦେଖିବା ଓ ଏଥିରେ ଚଢିବାର ବିରଳ ସୁଯୋଗ ପାଇଛନ୍ତି ପାରାଦୀପର ବାସିନ୍ଦା। ସାଧାରଣ ଲୋକଙ୍କୁ ଯୁଦ୍ଧ ଜାହାଜ ଦେଖିବାର ସୁଯୋଗ ଦେବାକୁ ଭାରତୀୟ ନୌସେନା ପକ୍ଷରୁ ଆଜି ଆଇଏନ୍ଏସ୍ ଐରାବତ ଓ ଆଇଏନ୍ଏସ୍ ଖୁକ୍ରିକୁ ବନ୍ଦରର ଡକରେ ରଖାଯାଇଥିଲା। ଅନେକଙ୍କ ପାଇଁ ଏହା ଥିଲା ପ୍ରଥମ ଓ ନିଆରା ଅନୁଭୂତି। ଖାସ୍ କରି ସ୍କୁଲ ପିଲାମାନେ ଏଭଳି ସୁଯୋଗ ପାଇ ବେଶ ଖୁସି ହୋଇଥିଲେ। ଆଇଏନ୍ଏସ୍ ଐରାବତ୍ ଓ ଆଇଏନ୍ଏସ୍ ଖୁକ୍ରି ଭାରତୀୟ ନୌସେନାର ଦୁଇ ବିଧ୍ୱଂସକାରୀ ଶ୍ରେଣୀର ଯୁଦ୍ଧ ଜାହାଜ। ଶତ୍ରୁ ପକ୍ଷକୁ ଦମନ କରିବା ଲାଗି ଏଥିରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ଦୁଇ ଜାହାଜର କାର୍ଯ୍ୟଦକ୍ଷତା ସମ୍ପର୍କରେ ନୌସେନା ପକ୍ଷରୁ ଲୋକଙ୍କୁ ଅବଗତ କରାଯାଇଥିଲା। ଅଧିକରୁ ଅଧିକ ଯୁବକଯୁବତୀଙ୍କୁ ନୌସେନାରେ ସାମିଲ ପାଇଁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମ କରାଯାଇଥାଏ ବୋଲି ନୌସେନା ପକ୍ଷରୁ କୁହାଯାଇଛି।

Related story