ପାରାଦୀପରେ ଡଙ୍ଗା ବୁଡ଼ି ଜଣେ ମୃତ, ୫ ଉଦ୍ଧାର

ପାରାଦୀପ: ପାରଦୀପରେ ଡଙ୍ଗା ବୁଡି ଜଣଙ୍କ ମୃତ୍ୟୁ ହୋଇଛି। ଆଉ ପାଞ୍ଚ ଜଣଙ୍କ ଉଦ୍ଧାର କରାଯାଇଛି। ଆଜି ଛଅ ଜଣ ନୋଳିଆ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ଅପରାହ୍ଣରେ ଫେରିବା ସମୟରେ ଏକ ଲହଡିର ସାମ୍ନା କରି ନପାରି ସେମାନଙ୍କ ଡଙ୍ଗା ଓଲଟି ଓଲଟି ପଡ଼ିଥିଲା। ଫଳରେ ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇ ଥିବାବେଳେ ୫ ଜଣ ଜୀବନ ବଂଚାଇ କୂଳକୁ ଆସିବାରେ ସଫଳ ହୋଇଥିଲେ। ଗତ ୫ ତାରିଖରେ ମଧ୍ୟ ପାରାଦୀପ ମୁହାଣରେ […]

paradeep

Rakesh Mallick
  • Published: Wednesday, 14 October 2015
  • , Updated: 14 October 2015, 12:14 PM IST

ପାରାଦୀପ: ପାରଦୀପରେ ଡଙ୍ଗା ବୁଡି ଜଣଙ୍କ ମୃତ୍ୟୁ ହୋଇଛି। ଆଉ ପାଞ୍ଚ ଜଣଙ୍କ ଉଦ୍ଧାର କରାଯାଇଛି। ଆଜି ଛଅ ଜଣ ନୋଳିଆ ମାଛ ମାରିବାକୁ ସମୁଦ୍ର ଭିତରକୁ ଯାଇଥିଲେ । ଅପରାହ୍ଣରେ ଫେରିବା ସମୟରେ ଏକ ଲହଡିର ସାମ୍ନା କରି ନପାରି ସେମାନଙ୍କ ଡଙ୍ଗା ଓଲଟି ଓଲଟି ପଡ଼ିଥିଲା। ଫଳରେ ଜଣେ ମତ୍ସ୍ୟଜୀବୀ ପ୍ରାଣ ହରାଇ ଥିବାବେଳେ ୫ ଜଣ ଜୀବନ ବଂଚାଇ କୂଳକୁ ଆସିବାରେ ସଫଳ ହୋଇଥିଲେ।

ଗତ ୫ ତାରିଖରେ ମଧ୍ୟ ପାରାଦୀପ ମୁହାଣରେ ଏକ ମାଛଧରା ବୋଟ୍ ବୁଡ଼ି ଯାଇଥିଲା। ୬ ମତ୍ସ୍ୟଜୀବୀ ମାଛ ମାରି ଫେରୁଥିବା ବେଳେ ସେମାନଙ୍କ ବୋଟ୍ ପାରାଦୀପ ମୁହାଣଠାରୁ ପ୍ରାୟ ୫୦୦ ମିଟର ଦୂରରେ ବୁଡ଼ି ଯାଇଥିଲା। ପ୍ରଥମେ ଦୁଇ ଜଣ ନିଖୋଜ ମତ୍ସ୍ୟଜୀବୀ କୂଳକୁ ଫେରିଥିଲେ। ପରେ ଆଉ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା।

Related story