ପାରଳାଖେମୁଣ୍ଡି: ଓକିଲ ଓ ବସ୍ କର୍ମଚାରୀ ସଂଘ ମୁହାଁମୁହିଁ

ପାରାଳାଖେମୁଣ୍ଡି: ବସ୍ ସାଇଡ୍ ଦେବା ଘଟଣାକୁ ନେଇ ଗତକାଲି ପାରାଳାଖେମୁଣ୍ଡି ହାଇସ୍କୁଲ ଛକରେ ଓକିଲ କୃଷ୍ଣମୋହନ ପଟ୍ଟନାୟକ ଓ ଏକ ଘରୋଇ ବସ୍ ଡ୍ରାଇଭର ଧର୍ମେନ୍ଦ୍ର ଲିମାଙ୍କ ମଧ୍ୟରେ କଥାକଟାକଟି ଓ ମାରପିଟକୁ ନେଇ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ବସ୍ କର୍ମଚାରୀ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ କରାଯାଇଥିଲା। ଆଜି ସକାଳେ ଓକିଲ ସଂଘ ତରଫରୁ ଏକ ବୈଠକ ବସି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା। […]

paralkhemundi

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 01:53 PM IST

ପାରାଳାଖେମୁଣ୍ଡି: ବସ୍ ସାଇଡ୍ ଦେବା ଘଟଣାକୁ ନେଇ ଗତକାଲି ପାରାଳାଖେମୁଣ୍ଡି ହାଇସ୍କୁଲ ଛକରେ ଓକିଲ କୃଷ୍ଣମୋହନ ପଟ୍ଟନାୟକ ଓ ଏକ ଘରୋଇ ବସ୍ ଡ୍ରାଇଭର ଧର୍ମେନ୍ଦ୍ର ଲିମାଙ୍କ ମଧ୍ୟରେ କଥାକଟାକଟି ଓ ମାରପିଟକୁ ନେଇ ଆଜି ଜିଲ୍ଲା ଓକିଲ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ବେଳେ ବସ୍ କର୍ମଚାରୀ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ କରାଯାଇଥିଲା। ଆଜି ସକାଳେ ଓକିଲ ସଂଘ ତରଫରୁ ଏକ ବୈଠକ ବସି କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦିଆଯାଇଥିଲା। ଅନିର୍ଦ୍ଦିଷ୍ଟକାଳ ପାଇଁ କାର୍ଯ୍ୟ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି ସଂଘ।

ଅନ୍ୟପକ୍ଷରେ ବସ୍ କର୍ମଚାରୀମାନେ ବସ୍ ଚଳାଚଳ ବନ୍ଦ କରି ଦେଇଥିଲେ। ଗତକାଲି ଠାରୁ ପୋଲିସ ବସ୍ ଡ୍ରାଇଭର ଧମେନ୍ଦ୍ର ଲିମାକୁ ଥାନାରେ ଅଟକ ରଖିଥିବା ବେଳେ ତାଙ୍କୁ ବାଡେଇ ଥିବା ଓକିଲ କୃଷ୍ଣ ମୋହନ ରତିକାନ୍ତଙ୍କୁ କାହିଁକି ଗିରଫ କରାଯାଇ ନାହିଁ ବୋଲି ବସ୍ କର୍ମଚାରୀମାନେ ପ୍ରଶ୍ନ କରିଥିଲେ। ଯେତେ ଦିନ ପର୍ଯ୍ୟନ୍ତ ଉକ୍ତ ଓକିଲଙ୍କୁ ଗିରଫ କରାଯିବ ନାହିଁ ସେତେ ଦିନ ପର୍ଯ୍ୟନ୍ତ ବସ୍ ଚଳାଚଳ ବନ୍ଦ ରହିବ ବୋଲି ବସ୍ କର୍ମଚାରୀ ସଂଘ ସଂପାଦକ କହିଛନ୍ତି ।

ଅନ୍ୟପକ୍ଷରେ ଓକିଲ ସଂଘ କହିଛନ୍ତି, ଡ୍ରାଇଭର ଜଣଙ୍କ ଓକିଲ କୃଷ୍ଣ ମୋହନଙ୍କୁ ମାଡ଼ ମାରିଥିଲେ। ସେ କ୍ଷମା ନ ମାଗିଲା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରହିବ। ଘଟଣା ନେଇ ହାଇକୋର୍ଟ ବାର ଆସୋସିଏସନକୁ ମଧ୍ୟ ଅବଗତ କରାଯିବ।

ପୁଲିସ ପକ୍ଷରୁ ଓକିଲ ସଂଘ ଓ ବସ କର୍ମଚାରୀ ସଂଘ ମଧ୍ୟରେ ଆଲୋଚନା କରାଯାଇଥିଲା। ତଥାପି ସମସ୍ୟାର ସମାଧାନ ହୋଇପାରି ନାହିଁ।

Related story