ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଆବେଦନ ତାରିଖ ୩୧କୁ ବୃଦ୍ଧି

କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୬ ତାରିଖରୁ ୩୧ ତାରିଖକୁ ବୃଦ୍ଧି କରାଯାଇଛି। ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏହି ପଦକ୍ଷେପ ନିଆଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଚଳିତବର୍ଷ ପ୍ରଥମ ଥର ଲାଗି ଅନ ଲାଇନରେ ଆବେଦନ ଗ୍ରହଣ କରାଯାଉଛି। ସେହିପରି ପ୍ରଥମ ଥର ଲାଗି ପରୀକ୍ଷାର୍ଥୀ […]

c

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 10:55 AM IST

କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ଲାଗି ଆବେଦନର ଶେଷ ତାରିଖକୁ ଅଗଷ୍ଟ ୨୬ ତାରିଖରୁ ୩୧ ତାରିଖକୁ ବୃଦ୍ଧି କରାଯାଇଛି। ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ସୁଯୋଗ ଦେବା ଲାଗି ଏହି ପଦକ୍ଷେପ ନିଆଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ପାଇଁ ଚଳିତବର୍ଷ ପ୍ରଥମ ଥର ଲାଗି ଅନ ଲାଇନରେ ଆବେଦନ ଗ୍ରହଣ କରାଯାଉଛି। ସେହିପରି ପ୍ରଥମ ଥର ଲାଗି ପରୀକ୍ଷାର୍ଥୀ ଓଏମଆର ସିଟରେ ଉତ୍ତର ଲେଖିବେ। ଗଣିତରେ ୩୦ ପ୍ରତିଶତ ନମ୍ୱର ରଖିଥିବା ଷଷ୍ଠ ଓ ନବମ ଶ୍ରେଣୀର ଛାତ୍ରଛାତ୍ରୀମାନେ ଏହି ବୃତ୍ତି ପରୀକ୍ଷା ଦେବା ଲାଗି ଆବେଦନ କରି ପାରିବେ। ଷଷ୍ଠଶ୍ରେଣୀ ବିଭାଗରେ ୪ ହଜାର ଛାତ୍ରଛାତ୍ରୀ ୩ ବର୍ଷ ପର୍ଯ୍ୟନ୍ତ ବାର୍ଷିକ ୨ ହଜାର ଓ ନବମ ଶ୍ରେଣୀ ବିଭାଗରେ ୨୫୦୦ ଛାତ୍ରଛାତ୍ରୀ ୨ ବର୍ଷ ପର୍ଯ୍ୟନ୍ତ ୩ ହଜାର ଟଙ୍କାର ବୃତ୍ତି ପାଇବେ ।

Related story