ଦୁର୍ଦ୍ଦାନ୍ତ ଡକାୟତ ଗିରଫ: ରାକେଟକୁ ଖୋଜୁଛି ପୋଲିସ୍‌

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଡକାୟତଙ୍କୁ ଗିରଫ କରିବା ସହିତ ଦୁଇ ବାଇକ ଜବତ କରିଛି। ଗିରଫ ଦୁଇ ଡକାୟତ ହେଲେ ପାଟଣାଗଡ ଥାନା ସମଲେଶ୍ୱର ଗାଁର ଗୁଲାପ ବନଛୋର ଓ ଗୁହୁରିଆମୁଣ୍ଡା ଅଏଲାପାଲି ଗାଁର ରାମ ରାବଣ। ପୋଲିସ ସେମାନଙ୍କଠାରୁ କିଛି ରୁପା ଓ ବୈଦ୍ୟୁତିକ ସାମଗ୍ରୀ ଜବତ କରିଛି।  ଏମାନେ ଘରୁ ଓ ଦୋକାନରୁ ବାଇକ୍‌ଚୋରି କରିଥିବା ପୋଲିସ୍‌କହିଛି। ତେବେ ଅନ୍ୟ କେଉଁମାନେ […]

patnagardh

Rakesh Mallick
  • Published: Wednesday, 15 March 2017
  • , Updated: 15 March 2017, 01:13 PM IST

ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଜଣ ଡକାୟତଙ୍କୁ ଗିରଫ କରିବା ସହିତ ଦୁଇ ବାଇକ ଜବତ କରିଛି। ଗିରଫ ଦୁଇ ଡକାୟତ ହେଲେ ପାଟଣାଗଡ ଥାନା ସମଲେଶ୍ୱର ଗାଁର ଗୁଲାପ ବନଛୋର ଓ ଗୁହୁରିଆମୁଣ୍ଡା ଅଏଲାପାଲି ଗାଁର ରାମ ରାବଣ। ପୋଲିସ ସେମାନଙ୍କଠାରୁ କିଛି ରୁପା ଓ ବୈଦ୍ୟୁତିକ ସାମଗ୍ରୀ ଜବତ କରିଛି।  ଏମାନେ ଘରୁ ଓ ଦୋକାନରୁ ବାଇକ୍‌ଚୋରି କରିଥିବା ପୋଲିସ୍‌କହିଛି। ତେବେ ଅନ୍ୟ କେଉଁମାନେ ଏହି ରାକେଟରେ ଅଛନ୍ତି ସେମାନଙ୍କୁ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି।

Related story