ପୁରୀ: ହୃଦୟ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରସ୍ତୁତ ହେଲା ଖସଡ଼ା

ପୁରୀ: କେନ୍ଦ୍ର ସରକାରଙ୍କର ନଗର ଉନ୍ନୟନ ମନ୍ତ୍ରଣାଳୟ ‘ହୃଦୟ ଯୋଜନା’ରେ ପୁରୀ ସହରକୁ ସାମିଲ କରି ୨୨କୋଟି ୫୪ଲକ୍ଷ ଟଙ୍କ। ମଞ୍ଜୁର କରିଛନ୍ତି। ଏହି ମଞ୍ଜୁର ଟଙ୍କାର ସୁବିନିଯୋଗ ପାଇଁ ଆଜି ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ସିଟି ଲେବଲ ଆଡଭାଇଜରି ଓ ମନିଟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶେଷ କରି ସିଟି ଡେଭଲଅପମେଣ୍ଟ ପ୍ଲାନ୍ ପ୍ରସ୍ତୃତ କରାଯାଇ ପ୍ରାଥମିକ ଭାବେ ଐତିହ୍ୟ କାରୁକାର୍ଯ୍ୟପୂର୍ଣ୍ଣ ୫ଟି ମଠର ସଂରକ୍ଷଣ, ମୂଷାନଈର […]

jeypore

Rakesh Mallick
  • Published: Friday, 04 September 2015
  • , Updated: 04 September 2015, 10:34 AM IST

ପୁରୀ: କେନ୍ଦ୍ର ସରକାରଙ୍କର ନଗର ଉନ୍ନୟନ ମନ୍ତ୍ରଣାଳୟ ‘ହୃଦୟ ଯୋଜନା’ରେ ପୁରୀ ସହରକୁ ସାମିଲ କରି ୨୨କୋଟି ୫୪ଲକ୍ଷ ଟଙ୍କ। ମଞ୍ଜୁର କରିଛନ୍ତି। ଏହି ମଞ୍ଜୁର ଟଙ୍କାର ସୁବିନିଯୋଗ ପାଇଁ ଆଜି ପୁରୀ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ସିଟି ଲେବଲ ଆଡଭାଇଜରି ଓ ମନିଟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶେଷ କରି ସିଟି ଡେଭଲଅପମେଣ୍ଟ ପ୍ଲାନ୍ ପ୍ରସ୍ତୃତ କରାଯାଇ ପ୍ରାଥମିକ ଭାବେ ଐତିହ୍ୟ କାରୁକାର୍ଯ୍ୟପୂର୍ଣ୍ଣ ୫ଟି ମଠର ସଂରକ୍ଷଣ, ମୂଷାନଈର ପୁନରୁଦ୍ଧାର, ସିଟି ମ୍ୟୁଜିୟମ ଏବଂ ପର୍ଯ୍ୟଟକଙ୍କୁ ଦୃଷ୍ଟିରେ ରଖି ବେଳାଭୂମିର ଉନ୍ନତିକରଣ, ବେଳାଭୂମି ରାସ୍ତା ଓ ଚକ୍ରତୀର୍ଥ ରାସ୍ତାର ସୌନ୍ଦର୍ଯ୍ୟକରଣ କରାଯିବା ଉପରେ ଫେ।କସ କରାଯାଇଛି। ତୁରନ୍ତ ଯୋଜନା ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର ଓ ବିଧାୟକ ମହେଶ୍ୱର ମହାନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଓ ସିଆରସିଆଇ ଇଣ୍ଡିଆର ଗୁରମିତ ଏସ୍. ରାଏ ଉପସ୍ଥିତ ଥିଲେ।

Related story