ପୁରୀ: ଜାନୁୟାରୀ ପ୍ରଥମ ସପ୍ତାହରୁ ବାକି ରହିଥିବା ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ ହେବ

ପୁରୀ: ଅର୍ଥ ସମସ୍ୟାର ସମାଧାନ ପରେ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ବାକି ରହିଥିବା ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ ହେବ। କାମ ଆରମ୍ଭ କରା ନ ଗଲେ ଟୋଲ ଫି ଆଦାୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ନବକଳେବର କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରା ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିରହିଛି। କେତେକ ପ୍ରକଳ୍ପ ପାଇଁ ଅର୍ଥ […]

puri

Rakesh Mallick
  • Published: Wednesday, 18 November 2015
  • , Updated: 18 November 2015, 09:45 AM IST

ପୁରୀ: ଅର୍ଥ ସମସ୍ୟାର ସମାଧାନ ପରେ ଆସନ୍ତା ଜାନୁୟାରୀ ପ୍ରଥମ ସପ୍ତାହରୁ ବାକି ରହିଥିବା ଜାତୀୟ ରାଜପଥ ନିର୍ମାଣ କାମ ଆରମ୍ଭ ହେବ। କାମ ଆରମ୍ଭ କରା ନ ଗଲେ ଟୋଲ ଫି ଆଦାୟ ବନ୍ଦ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ନବକଳେବର କମିଟି ଅଧ୍ୟକ୍ଷ ମହେଶ୍ୱର ମହାନ୍ତି ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବକଳେବର ଯାତ୍ରା ଶେଷ ହୋଇଥିଲେ ମଧ୍ୟ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିରହିଛି। କେତେକ ପ୍ରକଳ୍ପ ପାଇଁ ଅର୍ଥ ବାଧକ ସାଜିଛି। ଆଉ କେତେକ ପ୍ରକଳ୍ପ ପାଇଁ ଅର୍ଥ ସମସ୍ୟାର ସମାଧାନ ହୋଇଛି। ଡ୍ରେନେଜ କାମ ପାଇଁ ଆବଶ୍ୟକ ୪୫କୋଟି ଟଙ୍କା ଆସିବା ନେଇ ଉଦ୍ୟମ ଆରମ୍ଭ ହେବ। ଏଥିସହ ଶ୍ରୀମନ୍ଦିର ଚତୁପାର୍ଶ୍ୱ ରାସ୍ତା ୩୦ଭଙ୍ଗାଯିବା ପରେ ସେସବୁ କାମ ଅଧାପନ୍ତରିଆ ଭାବେ ପଡିରହିଛି ବୋଲି ନବକଳେବର କମିଟି ଅଧ୍ୟକ୍ଷ  କହିଛନ୍ତି।

Related story