ପୁରୀକୁ ସବୁଜ ସୁନ୍ଦର କରିବାକୁ ବାଲୁକାକଳା ମାଧ୍ୟମରେ ବାର୍ତ୍ତା

ପୁରୀ: ଆଜି ସ୍ୱାୟତ୍ତ ଶାସନ  ଦିବସ। ଏହି ଅବସରରେ  ପୁରୀ ସହରକୁ  ସବୁଜ ସୁନ୍ଦର କରିବା ପାଇଁ ବାଲୁକାକଳା ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ସଚେତନତା ବାର୍ତ୍ତା ଦେଇଛନ୍ତି। ୨୦ ଫୁଟ ଲମ୍ବର ଏହି କଳାକୃତିରେ ୨୦ଟନ୍‌ ବାଲି ବ୍ୟବହୃତ ହୋଇଛି। ମାନସ ସାହୁ କହିଛନ୍ତି,“ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି ବାଲୁକା କଳା କରିଛୁ। ଭାରତର  ପ୍ରତ୍ୟେକ ଜାଗାରେ  ଗଛ ଲଗାଇଲେ ଓ ସଫା ସୁତରା ରଖିଲେ […]

sandart

Rakesh Mallick
  • Published: Wednesday, 31 August 2016
  • , Updated: 31 August 2016, 09:14 AM IST

ପୁରୀ: ଆଜି ସ୍ୱାୟତ୍ତ ଶାସନ  ଦିବସ। ଏହି ଅବସରରେ  ପୁରୀ ସହରକୁ  ସବୁଜ ସୁନ୍ଦର କରିବା ପାଇଁ ବାଲୁକାକଳା ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁ ସଚେତନତା ବାର୍ତ୍ତା ଦେଇଛନ୍ତି। ୨୦ ଫୁଟ ଲମ୍ବର ଏହି କଳାକୃତିରେ ୨୦ଟନ୍‌ ବାଲି ବ୍ୟବହୃତ ହୋଇଛି।

ମାନସ ସାହୁ କହିଛନ୍ତି,“ଲୋକମାନଙ୍କୁ ସଚେତନ କରିବା ପାଇଁ ସ୍ୱାୟତ୍ତ ଶାସନ ଦିବସ ଅବସରରେ ଏହି ବାଲୁକା କଳା କରିଛୁ। ଭାରତର  ପ୍ରତ୍ୟେକ ଜାଗାରେ  ଗଛ ଲଗାଇଲେ ଓ ସଫା ସୁତରା ରଖିଲେ ନିଶ୍ଚିତ ସୁସ୍ଥ ପରିବେଶ ସୃଷ୍ଟି ହୋଇପାରିବ। ମୁଁ ଓ ମୋର ୭ଜଣ ଛାତଛାତ୍ରୀ ମିଶି ଏହି ବାଲୁକାକଳା କରିଛୁ।”

Related story