ରବିବାର ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୭ମ ତିରୋଧାନ ଦିବସ, ଫୁଲବାଣୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଫୁଲବାଣୀ: ଆସନ୍ତାକାଲି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ତିରୋଧାନକୁ ପୂରୁଛି ୭ ବର୍ଷ। ସ୍ୱାମୀଜିଙ୍କ ତିରୋଧାନ ଦିବସ ଅବସରରେ ବିଶ୍ୱ ହିନ୍ଦୁ ପରିଷଦର କନ୍ଧମାଳ ଶାଖା ପକ୍ଷରୁ ଫୁଲବାଣୀର ଗାୟତ୍ରୀ ଶକ୍ତିପୀଠ ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଉଛି।  ଏଥିରେ କେତେକ ସାଧୁସନ୍ଥଙ୍କ ସହିତ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଭିଏଚପି କାର୍ଯ୍ୟକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ ଜିଲ୍ଲା ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଆଜି ଫୁଲବାଣୀ ସହରକୁ ଯିବାଆସିବା କରୁଥିବା ଗାଡ଼ିଗୁଡ଼ିକୁ ନାକାବନ୍ଦୀ କରି ଯାଞ୍ଚ୍ କରାଯାଇଛି।