ରକ୍ତ ପାଇଁ ଲାଞ୍ଚ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ଲାଞ୍ଚ ମଗାଯିବା ନେଇ ଆଜି ଉତ୍ତେଜନା ଦେଖାଯାଇଥିଲା। ରକ୍ତ ଭଣ୍ଡାର ଡାକ୍ତର ଓ ଜଣେ ସୁରକ୍ଷାକର୍ମୀ ରୋଗୀ ଜଣଙ୍କୁ ୬୦୦ ଟଙ୍କା ଲାଞ୍ଚ ମାଗିଥିଲ। ଏହା ଜଣାପଡ଼ିବା ପରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଡାକ୍ତରଖାନା ଘେରାଉ କରିଥିଲେ। ଲାଞ୍ଚ ମାଗିଥିବା ଡାକ୍ତର ଓ ସୁରକ୍ଷା କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଥିଲେ ସେମାନେ। ଫଳରେ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଜିଲ୍ଲାପାଳ ଓ ସିଡିଏମଓଙ୍କ […]

nabarangapur

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 05:12 PM IST

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଜଣେ ରୋଗୀଙ୍କୁ ରକ୍ତ ଦେବାକୁ ଲାଞ୍ଚ ମଗାଯିବା ନେଇ ଆଜି ଉତ୍ତେଜନା ଦେଖାଯାଇଥିଲା। ରକ୍ତ ଭଣ୍ଡାର ଡାକ୍ତର ଓ ଜଣେ ସୁରକ୍ଷାକର୍ମୀ ରୋଗୀ ଜଣଙ୍କୁ ୬୦୦ ଟଙ୍କା ଲାଞ୍ଚ ମାଗିଥିଲ। ଏହା ଜଣାପଡ଼ିବା ପରେ ସହରର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଡାକ୍ତରଖାନା ଘେରାଉ କରିଥିଲେ। ଲାଞ୍ଚ ମାଗିଥିବା ଡାକ୍ତର ଓ ସୁରକ୍ଷା କର୍ମଚାରୀଙ୍କୁ ତୁରନ୍ତ ନିଲମ୍ବିତ କରିଥିଲେ ସେମାନେ। ଫଳରେ ପୋଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା। ଜିଲ୍ଲାପାଳ ଓ ସିଡିଏମଓଙ୍କ ସହିତ ଆଲୋଚନା ପରେ ଏଡିଏମଓ ରକ୍ତଭଣ୍ଡାର ଦାୟିତ୍ୱରେ ଥିବା ଡାକ୍ତର ପ୍ରିୟ ରଂଜନ ବାହାଲିଙ୍କୁ ହଟାଇଥିଲେ। ସେହିପରି ସୁରକ୍ଷାକର୍ମୀ ଜଣଙ୍କୁ ମଧ୍ୟ ଅନ୍ୟତ୍ର ବଦଳି କରିବା ନେଇ ଏଡିଏମଓ ଘୋଷଣା କରିଥିଲେ। ଏହା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।

Related story