ରାଉରକେଲା: କୂଅରୁ ଦୁଇଟି ହାତୀ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଳା ବରେଇଗଡ଼ା ଗାଁରେ ଆଜି କୂଅ ଭିତରୁ ଦୁଇଟି ହାତୀକୁ ଉଦ୍ଧାର କରାଯାଇଛି।  ଜଙ୍ଗଲ ଭିତରୁ ଏକ ହାତୀପଲ ଗତକାଲି ରାତି ଏହି ଗାଁ ଭିତରକୁ ପଶିଆସିଥିଲେ। ଗାଁରେ ବହୁ ଫସଲ ନଷ୍ଟ କରିବା ସହିତ ଘରର ପାଚେରୀ ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ଏହି ସମୟରେ ଗାଁରେ ଏକ ଅଧାଖୋଳା ପରିତ୍ୟକ୍ତ କୂଅରେ ଗୋଟିଏ ମାଈ ହାତୀ ଓ ଏକ ଛୁଆ ହାତୀ ପଡ଼ି ଯାଇଥିଲେ।   ରାତି ପ୍ରାୟ ଦୁଇଟି ବେଳକୁ ଉଦ୍ଧାର […]

hati

Rakesh Mallick
  • Published: Monday, 12 October 2015
  • , Updated: 12 October 2015, 11:04 AM IST

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଳା ବରେଇଗଡ଼ା ଗାଁରେ ଆଜି କୂଅ ଭିତରୁ ଦୁଇଟି ହାତୀକୁ ଉଦ୍ଧାର କରାଯାଇଛି।  ଜଙ୍ଗଲ ଭିତରୁ ଏକ ହାତୀପଲ ଗତକାଲି ରାତି ଏହି ଗାଁ ଭିତରକୁ ପଶିଆସିଥିଲେ। ଗାଁରେ ବହୁ ଫସଲ ନଷ୍ଟ କରିବା ସହିତ ଘରର ପାଚେରୀ ମଧ୍ୟ ଭାଙ୍ଗି ଦେଇଥିଲେ। ତେବେ ଏହି ସମୟରେ ଗାଁରେ ଏକ ଅଧାଖୋଳା ପରିତ୍ୟକ୍ତ କୂଅରେ ଗୋଟିଏ ମାଈ ହାତୀ ଓ ଏକ ଛୁଆ ହାତୀ ପଡ଼ି ଯାଇଥିଲେ।   ରାତି ପ୍ରାୟ ଦୁଇଟି ବେଳକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆଜି ଭୋର ପ୍ରାୟ ୫ଟା ବେଳକୁ ପ୍ରଥମେ ମାଈ ହାତୀଟିକୁ ଉଦ୍ଧାର କରାଯାଇଥିଲା। ପରେ ସକାଳ ୬ଟା ବେଳକୁ ଅନ୍ୟ ହାତୀଟିକୁ ମଧ୍ୟ କୂଅରୁ କଢ଼ା ଯାଇଥିଲା। ହାତୀ ଦୁଇଟିକୁ ଉଦ୍ଧାର କଲା ପରେ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।

Related story