ବିଜେଡି ଛାଡ଼ି କଂଗ୍ରେସରେ ମିଶିଲେ ରେଭେନ୍ସା ଛାତ୍ର ସଂସଦ ସଭାପତି ରମ୍ୟରଞ୍ଜନ

କଟକ: ରେଭେନସା ଛାତ୍ର ସଂସଦ ସଭାପତି ରମ୍ୟରଞ୍ଜନ ବେହେରା ଆଜି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ପ୍ରଭାରି ଶୁଭଙ୍କର ସରକାର ଓ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମଙ୍କ ଉପସ୍ଥିତରେ ରମ୍ୟ ଛାତ୍ର କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସରେ ଯୋଗ ଦେବା ପରେ ରମ୍ୟ କହିଛନ୍ତି,“ରେଭେନ୍ସା ବିଶ୍ୱବିଦ୍ୟାଳୟ ସରକାରୀ ଦଳର କବଜାରେ ରହିଛି। ସରକାରୀ ଦଳର ବିଧାୟକମାନଙ୍କ ଅଯଥା ହସ୍ତକ୍ଷେପ ଯୋଗୁଁ ବିଶ୍ୱବିଦ୍ୟାଳୟରେ କୌଣିସି ଉନ୍ନତିମୂଳକ କାର୍ଯ୍ୟ […]

r-president

Rakesh Mallick
  • Published: Saturday, 19 March 2016
  • , Updated: 19 March 2016, 02:53 PM IST

କଟକ: ରେଭେନସା ଛାତ୍ର ସଂସଦ ସଭାପତି ରମ୍ୟରଞ୍ଜନ ବେହେରା ଆଜି ବିଜେଡି ଛାଡ଼ି କଂଗ୍ରେସରେ ଯୋଗ ଦେଇଛନ୍ତି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ପ୍ରଭାରି ଶୁଭଙ୍କର ସରକାର ଓ କଟକ ନଗର କଂଗ୍ରେସ ସଭାପତି ମହମ୍ମଦ ମୁକିମଙ୍କ ଉପସ୍ଥିତରେ ରମ୍ୟ ଛାତ୍ର କଂଗ୍ରେସରେ ଯୋଗ ଦେଇଥିଲେ।

କଂଗ୍ରେସରେ ଯୋଗ ଦେବା ପରେ ରମ୍ୟ କହିଛନ୍ତି,“ରେଭେନ୍ସା ବିଶ୍ୱବିଦ୍ୟାଳୟ ସରକାରୀ ଦଳର କବଜାରେ ରହିଛି। ସରକାରୀ ଦଳର ବିଧାୟକମାନଙ୍କ ଅଯଥା ହସ୍ତକ୍ଷେପ ଯୋଗୁଁ ବିଶ୍ୱବିଦ୍ୟାଳୟରେ କୌଣିସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ।”

Related story