ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗରେ ରାସ୍ତାରୋକ

ଉଦଳା: ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାରେ ରାସ୍ତାରୋକ କରାଯାଇଥିଲା। ମୃତ ଛାତ୍ରୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବି ନେଇ ଆଦିବାସୀ ସେଙ୍ଗେଲ ସଂଗଠନ ପକ୍ଷରୁ ଉଦଳା-ବାରିପଦା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ଗତ ୧୪ ତାରିଖ ଦିନ ବାହାନଡ଼ା ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମମତା ମାରାଣ୍ଡିଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା […]

udala

Rakesh Mallick
  • Published: Wednesday, 28 September 2016
  • , Updated: 28 September 2016, 03:39 PM IST

ଉଦଳା: ଚିକିତ୍ସା ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟାରେ ରାସ୍ତାରୋକ କରାଯାଇଥିଲା। ମୃତ ଛାତ୍ରୀଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବି ନେଇ ଆଦିବାସୀ ସେଙ୍ଗେଲ ସଂଗଠନ ପକ୍ଷରୁ ଉଦଳା-ବାରିପଦା ମୁଖ୍ୟ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ରାସ୍ତାରେ ଗାଡ଼ି ଚଳାଚଳ ବନ୍ଦ ରହିଥିଲା।

ଗତ ୧୪ ତାରିଖ ଦିନ ବାହାନଡ଼ା ଆଶ୍ରମ ବିଦ୍ୟାଳୟରେ ଛାତ୍ରୀ ମମତା ମାରାଣ୍ଡିଙ୍କ ମୃତ୍ୟୁ ହୋଇଥିଲା। ଚିକିତ୍ସାରେ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

Related story