ରାଉରକେଲା: ଗୁଳିକାଣ୍ଡରେ ଆହତ ଯୁବକଙ୍କ ମୃତ୍ୟୁ

ରାଉରକେଲା: ରାଉରକେଲାର ସିଟି ସୁପର ବଜାର ସମ୍ମୁଖରେ ଗତକାଲି ରାତିରେ ଗୁଳିକାଣ୍ତ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଆଶିଷ ଅଗ୍ରୱାଲ। ଏନେଇ ରାଉରକେଲା ଉଦିତ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ। ଆଶିଷ ସିଟି  ସୁପର ବଜାର ସାମ୍ନା ଗଳିରେ ରହୁଥିଲେ।  ଗତକାଲି […]

hatya

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 07:07 PM IST

ରାଉରକେଲା: ରାଉରକେଲାର ସିଟି ସୁପର ବଜାର ସମ୍ମୁଖରେ ଗତକାଲି ରାତିରେ ଗୁଳିକାଣ୍ତ ଘଟଣାରେ ଆହତ ଯୁବକଙ୍କ ମୃତ୍ୟୁ ହୋଇଛି। ତାଙ୍କ ନାଁ ଆଶିଷ ଅଗ୍ରୱାଲ।

ଏନେଇ ରାଉରକେଲା ଉଦିତ ନଗର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ଗୁଳିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପୋଲିସ୍‌ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ।

ଆଶିଷ ସିଟି  ସୁପର ବଜାର ସାମ୍ନା ଗଳିରେ ରହୁଥିଲେ।  ଗତକାଲି ରାତି ପ୍ରାୟ ସାଢ଼େ ୯ଟା ବେଳେ ୩ ଜଣ ଯୁବକ ତାଙ୍କୁ ପଛପଟୁ ଗୁଳି କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା।

Related story