ସମ୍ବଲପୁର ଆଦିତ୍ୟ ଆଲୁମିନା: କ୍ଷତିପୂରଣ ଦାବିରେ ୬ ପଞ୍ଚାୟତବାସୀଙ୍କ ଆମରଣ ଅନଶନ

ସମ୍ୱଲପୁର: ସମ୍ୱଲପୁର ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପରେ ଜମିହରାଙ୍କୁ  ନିଯୁକ୍ତି, ଜମି ଅଧିଗ୍ରହଣ ବାବଦ ସମସ୍ତ ବକେୟା ରାଶି ପ୍ରଦାନ ସମେତ ୫ ଦଫ। ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ପ୍ରକଳ୍ପ ପ୍ରଭାବିତ ଲୋକ। ପ୍ରାୟ ୬ ଟି ପଞ୍ଚାୟତର କ୍ଷତିଗ୍ରସ୍ତ ୩ ଶହ ପରିବାର ଅନଶନରେ ସାମିଲ ହୋଇଛନ୍ତି। ଏଥିରେ ଲପଙ୍ଗ।, ବମାଲୋଇ, କତରବଗା, ଜଙ୍ଗଲା, ଘିଚାମୁରା ଓ ନିଶାନଭଙ୍ଗ। ଗ୍ରାମ ପଞ୍ଚାୟତର ପ୍ରଭାବିତ ଲୋକେ ଏଥିରେ ସାମିଲ ହୋଇଛନ୍ତି। […]

samblpur strike

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 02:44 PM IST

ସମ୍ୱଲପୁର: ସମ୍ୱଲପୁର ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ ପ୍ରକଳ୍ପରେ ଜମିହରାଙ୍କୁ  ନିଯୁକ୍ତି, ଜମି ଅଧିଗ୍ରହଣ ବାବଦ ସମସ୍ତ ବକେୟା ରାଶି ପ୍ରଦାନ ସମେତ ୫ ଦଫ। ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି ପ୍ରକଳ୍ପ ପ୍ରଭାବିତ ଲୋକ। ପ୍ରାୟ ୬ ଟି ପଞ୍ଚାୟତର କ୍ଷତିଗ୍ରସ୍ତ ୩ ଶହ ପରିବାର ଅନଶନରେ ସାମିଲ ହୋଇଛନ୍ତି। ଏଥିରେ ଲପଙ୍ଗ।, ବମାଲୋଇ, କତରବଗା, ଜଙ୍ଗଲା, ଘିଚାମୁରା ଓ ନିଶାନଭଙ୍ଗ। ଗ୍ରାମ ପଞ୍ଚାୟତର ପ୍ରଭାବିତ ଲୋକେ ଏଥିରେ ସାମିଲ ହୋଇଛନ୍ତି। ଗତ ବର୍ଷ ମଧ୍ୟ ସମାନ ଦାବି ନେଇ ଗାଁଲୋକେ ଧାରଣା ଦେଇଥିଲେ।  କମ୍ପାନୀ କର୍ତ୍ତୃପକ୍ଷରୁ ଦିଆଯାଇଥିବା ଲିଖିତ ପ୍ରତିଶୃତିକୁ ଏକ ବର୍ଷ ବିତିଥିଲେ ମଧ୍ୟ ପ୍ରତିଶୃତି ପାଳନ ନ ହେବାରୁ ପୁଣି ଅନଶନକୁ ଓହ୍ଲାଇଛନ୍ତି ଲୋକେ। ତେବେ କମ୍ପାନୀ କର୍ତ୍ତୃପକ୍ଷ କିମ୍ୱା ଜିଲ୍ଲା ପ୍ରଶାସନ ପକ୍ଷରୁ କେହି ଅନଶନସ୍ଥଳକୁ ଆସି ନାହାନ୍ତି କିମ୍ୱା କୌଣସି ଆଲୋଚନା କରିନାହାନ୍ତି ଅନଶନକାରୀ ଗାଁର ଲକ୍ଷ୍ମୀକାନ୍ତ ଷଣ୍ଢ କହିଛନ୍ତି।

Related story