ସମ୍ୱଲପୁର: ୨୩ରୁ ତୃତୀୟ ରାଜ୍ୟସ୍ତରୀୟ ଓଡ଼ିଶୀ ପ୍ରତିଷ୍ଠା ସମ୍ମାନ ଉତ୍ସବ

ସମ୍ୱଲପୁର: ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଆସନ୍ତା ୨୩ ତାରିଖରୁ ବୁର୍ଲାରେ ଆରମ୍ଭ ହେବ ତୃତୀୟ ରାଜ୍ୟସ୍ତରୀୟ ଓଡ଼ିଶୀ ପ୍ରତିଷ୍ଠା ସମ୍ମାନ ଉତ୍ସବ। ଏହା ଦୁଇଦିନ ଧରି ଚାଲିବ। ଏହି ଉତ୍ସବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ୧୫ରୁ ଊର୍ଦ୍ଧ୍ୱ ଜିଲ୍ଲାରୁ ପ୍ରାୟ ୧୫୦ ପ୍ରତିଯୋଗୀ ଭାଗ ନେବେ। ୪ଟି ବର୍ଗରେ ଏହି ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତି ବର୍ଗରେ ୩ଜଣ  ପ୍ରତିଯୋଗୀଙ୍କୁ ଓଡ଼ିଶୀ ପ୍ରତିଷ୍ଠା […]

odisha

Rakesh Mallick
  • Published: Sunday, 20 December 2015
  • , Updated: 20 December 2015, 03:46 PM IST

ସମ୍ୱଲପୁର: ଓଡ଼ିଶୀ ନୃତ୍ୟ ଶିଳ୍ପୀମାନଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରତିଷ୍ଠିତ କରାଇବା ଲକ୍ଷ୍ୟରେ ଆସନ୍ତା ୨୩ ତାରିଖରୁ ବୁର୍ଲାରେ ଆରମ୍ଭ ହେବ ତୃତୀୟ ରାଜ୍ୟସ୍ତରୀୟ ଓଡ଼ିଶୀ ପ୍ରତିଷ୍ଠା ସମ୍ମାନ ଉତ୍ସବ। ଏହା ଦୁଇଦିନ ଧରି ଚାଲିବ। ଏହି ଉତ୍ସବରେ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ୧୫ରୁ ଊର୍ଦ୍ଧ୍ୱ ଜିଲ୍ଲାରୁ ପ୍ରାୟ ୧୫୦ ପ୍ରତିଯୋଗୀ ଭାଗ ନେବେ।

୪ଟି ବର୍ଗରେ ଏହି ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହେବ। ପ୍ରତି ବର୍ଗରେ ୩ଜଣ  ପ୍ରତିଯୋଗୀଙ୍କୁ ଓଡ଼ିଶୀ ପ୍ରତିଷ୍ଠା ସମ୍ମାନ ପ୍ରଦାନ କରାଯିବ। ରାଜ୍ୟର ୩ଜଣ ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଏଥିରେ ବିଚାରକ ଭାବେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Related story