ସମ୍ୱଲପୁର: ମଦ ବିକ୍ରି ବନ୍ଦ ଦାବିରେ ଏସପି ଅଫିସ ଘେରିଲେ ମହିଳା

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଚକୁଳିଆବାହାଲ ପଞ୍ଚାୟତ ଓ ରେଙ୍ଗାଲି ବ୍ଲକର ଝାଙ୍କରପାଲି, କତରବଗା ଓ ଟାମ୍ପରକେଲା ପଂଚାୟତର ମୋଟ ୧୫ଟି ଗାଁରୁ ମହିଳାମାନେ ସୋମବାର ଏସପି ଅଫିସ ଘେରାଉ କରିଥିଲେ। ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁଁ ଗାଁ ମାନଙ୍କରେ ଚୋରି ଓ ଦେଶୀ ମଦର ବହୁଳ ବ୍ୟବହାର ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ମଦର ବହୁଳ ବ୍ୟବହାର ଯୋଗୁଁ ଅପରାଧ ଓ ପାରିବାରିକ ଅଶାନ୍ତି ବଢୁଥିବା ଆନ୍ଦୋଳନକାରୀ ମହିଳା କହିଛନ୍ତି। ଅବକାରୀ […]

sambulpur

Rakesh Mallick
  • Published: Monday, 21 December 2015
  • , Updated: 21 December 2015, 01:42 PM IST

ସମ୍ୱଲପୁର: ସମ୍ୱଲପୁର ଜିଲ୍ଲା ଜମନକିରା ବ୍ଲକ୍ ଚକୁଳିଆବାହାଲ ପଞ୍ଚାୟତ ଓ ରେଙ୍ଗାଲି ବ୍ଲକର ଝାଙ୍କରପାଲି, କତରବଗା ଓ ଟାମ୍ପରକେଲା ପଂଚାୟତର ମୋଟ ୧୫ଟି ଗାଁରୁ ମହିଳାମାନେ ସୋମବାର ଏସପି ଅଫିସ ଘେରାଉ କରିଥିଲେ। ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁଁ ଗାଁ ମାନଙ୍କରେ ଚୋରି ଓ ଦେଶୀ ମଦର ବହୁଳ ବ୍ୟବହାର ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।

ମଦର ବହୁଳ ବ୍ୟବହାର ଯୋଗୁଁ ଅପରାଧ ଓ ପାରିବାରିକ ଅଶାନ୍ତି ବଢୁଥିବା ଆନ୍ଦୋଳନକାରୀ ମହିଳା କହିଛନ୍ତି। ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ମଧ୍ୟ ମହିଳାମାନେ ମଦ ବନ୍ଦ ଦାବି କରିଛନ୍ତି। ମଦ ନିବାରଣ ନେଇ ପଦକ୍ଷେପ ନିଆ ନ ଗଲେ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସେପଟେ ପୋଲିସ ଓ ଅବକାରୀ ବିଭାଗ ମଦ ଉପରେ ଅଙ୍କୁଶ ଲଗାଇବା ପାଇଁ ଦୃଢ ପ୍ରତିଶୃତି ଦେଇଛନ୍ତି।

Related story