ସମ୍ବଲପୁର ସହରକୁ ପଲିଥିନ ମୁକ୍ତ କରିବା ଉଦ୍ଦେଶ୍ୟରେ ସଚେତନତା ପଦଯାତ୍ରା

ସମ୍ୱଲପୁର: ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ରେଙ୍ଗାଲି ବିଧାୟକ ରମେଶ ପଟୁଆ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଏଥିରେ ସହରବାସୀଙ୍କ ସମେତ ସରକାରୀ କର୍ମଚାରୀ, ଡାକ୍ତର, ଆଇନଜୀବୀ, କର୍ପୋରେଟ ହାଉସର ଅଧିକାରୀ ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ । ପଦଯାତ୍ରା ଲକ୍ଷ୍ମୀ ଟକିଜ୍ ଚର୍ଚ୍ଚ ଛକ ଓ ବୁଢାରଜା ଦେଇ […]

sambulpur

Rakesh Mallick
  • Published: Friday, 02 October 2015
  • , Updated: 02 October 2015, 02:10 PM IST

ସମ୍ୱଲପୁର: ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ଏବଂ ରେଙ୍ଗାଲି ବିଧାୟକ ରମେଶ ପଟୁଆ ପତାକା ଦେଖାଇ ଏହାକୁ ଶୁଭାରମ୍ଭ କରିଥିଲେ । ଏଥିରେ ସହରବାସୀଙ୍କ ସମେତ ସରକାରୀ କର୍ମଚାରୀ, ଡାକ୍ତର, ଆଇନଜୀବୀ, କର୍ପୋରେଟ ହାଉସର ଅଧିକାରୀ ଓ ସିଆରପିଏଫ ଯବାନ ସାମିଲ ହୋଇଥିଲେ । ପଦଯାତ୍ରା ଲକ୍ଷ୍ମୀ ଟକିଜ୍ ଚର୍ଚ୍ଚ ଛକ ଓ ବୁଢାରଜା ଦେଇ  ଅଇଁଠାପାଲି ପିଏଚଡି ପଡିଆରେ ପହଞ୍ଚିଥିଲା। ପଲିଥିନକୁ ସମ୍ପୂର୍ଣ୍ଣ ବନ୍ଦ କରି କରାଯିବା ସହ ଏକ ପ୍ଲାଷ୍ଟିକ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରାଯିବ ବୋଲି ଏହି ଅବସରରେ ଜିଲ୍ଲାପାଳ କହିଛନ୍ତି। ସେଠାରେ ସମସ୍ତ ପ୍ରକାର ପ୍ଲାଷ୍ଟିକ କୁ ପ୍ରକ୍ରିୟାକରଣ କରି ରାସ୍ତା ନିର୍ମାଣ କାମରେ ଲଗାଯିବ। ଏହି ଅବସରରେ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ପ୍ରକାର ଚାରା ମାଗଣାରେ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ, ଗତବର୍ଷ ସମ୍ୱଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସହରକୁ ପଲିଥିନ ମୁକ୍ତ କରିବା ପାଇଁ ଏକ ଗଣଦୌଡର ଆୟୋଜନ କରାଯାଇଥିଲା।

Related story