ଆରପିଡିଏସି ବୈଠକ ଡାକିବାକୁ ପ୍ରଶାସନର ପ୍ରତିଶ୍ରୁତି ପରେ ଲୋୟର ସୁକତେଲ ଆନ୍ଦୋଳନ ପ୍ରତ୍ୟାହୃତ

ବଲାଙ୍ଗିର: ୭ଦିନ ହେବ ଆନ୍ଦୋଳନ ଚଳାଇଥିବା ଲୋୟର ସୁକତେଲ ବୁଡି ଅଞ୍ଚଳ ଅଗ୍ରଗାମୀ ସଂଘ ପକ୍ଷରୁ ପ୍ରତ୍ୟାହୃତ କରାଯାଇଛି। ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନାରେ ୧୫ଦିନ ମଧ୍ୟରେ ଆରପିଡିଏସି ବୈଠକ ଡାକି ଦାବି ସମ୍ପର୍କରେ ଆଲୋଚନା କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପ୍ରକଳ୍ପ କାମ ବନ୍ଦ କରାଯିବ ବୋଲି ଆନ୍ଦୋଳନ କାରୀ ଧମକ ଦେଇଛନ୍ତି। ଜିଲ୍ଲାପାଳ, ପୋଲିସ […]

suktel

Rakesh Mallick
  • Published: Wednesday, 03 February 2016
  • , Updated: 03 February 2016, 11:24 AM IST

ବଲାଙ୍ଗିର: ୭ଦିନ ହେବ ଆନ୍ଦୋଳନ ଚଳାଇଥିବା ଲୋୟର ସୁକତେଲ ବୁଡି ଅଞ୍ଚଳ ଅଗ୍ରଗାମୀ ସଂଘ ପକ୍ଷରୁ ପ୍ରତ୍ୟାହୃତ କରାଯାଇଛି। ପ୍ରଶାସନ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଗତକାଲି ହୋଇଥିବା ଆଲୋଚନାରେ ୧୫ଦିନ ମଧ୍ୟରେ ଆରପିଡିଏସି ବୈଠକ ଡାକି ଦାବି ସମ୍ପର୍କରେ ଆଲୋଚନା କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହେଲେ ପ୍ରକଳ୍ପ କାମ ବନ୍ଦ କରାଯିବ ବୋଲି ଆନ୍ଦୋଳନ କାରୀ ଧମକ ଦେଇଛନ୍ତି।

ଜିଲ୍ଲାପାଳ, ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ସଂଘ ସଦସ୍ୟଙ୍କୁ ନେଇ ଗତକାଲି ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଏଥିରେ ୧୫ ଦିନ ମଧ୍ୟରେ ଆରପିଡିଏସି ବୈଠକ ଡକାଯାଇ ୨୦୧୩ ଜମି ଅଧିଗ୍ରହଣ ଆଇନ ଅନୁଯାୟୀ କ୍ଷତିପୂରଣ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ବଦଳି ଦାବି ଉପରେ ଆଲୋଚନା କରାଯିବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

Related story