ସୁନ୍ଦରଗଡ: ବିଭିନ୍ନ ଦାବି ନେଇ ଏମସିଏଲରେ ଶ୍ରମିକ ଅଶାନ୍ତି

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଏମସିଏଲ ବସୁନ୍ଧରା-ଗର୍ଜନବାହାଲ କୋଇଲା ଖଣିରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। କୋଇଲା ଖନନ ସହିତ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା ଗୁଡ଼ିକର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଦେଖାଦେଇଛି ଏହି ଅଶାନ୍ତି।  ଶ୍ରମିକ ମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ସିଏମପିଏଫରେ ଜମା ହେଉନଥିବା ଓ ୩ଟି ସିଫ୍ଟରେ ୮ ଘଣ୍ଟା ଲେଖାଏଁ ବଦଳରେ ୨ଟି ସିଫ୍ଟରେ ୧୨ ଘଣ୍ଟା ଲେଖାଏଁ କାମ କରାଇ ଓଟି ଦେଉ ନ ଥିବା […]

mcl

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 10:59 AM IST

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଏମସିଏଲ ବସୁନ୍ଧରା-ଗର୍ଜନବାହାଲ କୋଇଲା ଖଣିରେ ଶ୍ରମିକ ଅଶାନ୍ତି ଦେଖାଦେଇଛି। କୋଇଲା ଖନନ ସହିତ କୋଇଲା ପରିବହନ କାର୍ଯ୍ୟରେ ନିୟୋଜିତ ଠିକା ସଂସ୍ଥା ଗୁଡ଼ିକର ଶ୍ରମିକ ମାରଣ ନୀତି ବିରୁଦ୍ଧରେ ଦେଖାଦେଇଛି ଏହି ଅଶାନ୍ତି।  ଶ୍ରମିକ ମାନଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଟଙ୍କା ସିଏମପିଏଫରେ ଜମା ହେଉନଥିବା ଓ ୩ଟି ସିଫ୍ଟରେ ୮ ଘଣ୍ଟା ଲେଖାଏଁ ବଦଳରେ ୨ଟି ସିଫ୍ଟରେ ୧୨ ଘଣ୍ଟା ଲେଖାଏଁ କାମ କରାଇ ଓଟି ଦେଉ ନ ଥିବା ନେଇ ୨ ଦିନ ହେଲା ଶ୍ରମିକ ମାନେ କାର୍ଯ୍ୟବନ୍ଦ କରିବା ସହିତ ଧାରଣାରେ ବସିଛନ୍ତି।

ଗତ କାଲି ପୋଲିସ, ଏମସିଏଲ ଓ ଶ୍ରମିକ ମାନଙ୍କ ମଧ୍ୟରେ ଆଲୋଚନା ବିଫଳ ବିଫଳ ହୋଇଥିଲା। ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି। ଏପଟେ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ ଏମସିଏଲ କର୍ତ୍ତୃପକ୍ଷ କହିଛନ୍ତି ସମସ୍ତଙ୍କ ଟଙ୍କା ଜମା ହୋଇଛି ଓ ତାହା ସେମାନଙ୍କୁ ମିଳିବ।

Related story