ଗତକାଲି ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ୩ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ କମିଶନରେଟ୍ ପୋଲିସକୁ ଅନୁମତି ଦେଇଥିଲେ। ତେବେ ତଦନ୍ତଭାର କ୍ରାଇମ୍ବ୍ରାଞ୍ଚ୍ ନେଇଥିବାରୁ ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କୁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ। ୪ ଜଣ ଡିଏସପିଙ୍କ ନେତୃତ୍ୱର କ୍ରାଇମବ୍ରାଞ୍ଚର ୪ଟି ଟିମ୍ ସୁର ବାବାଙ୍କ ବିରୋଧରେ ଆସିଥିବା ବିଭିନ୍ନ ଅଭିଯୋଗ ତଦନ୍ତ କରିବେ। କ୍ରାଇମବ୍ରାଞ୍ଚ୍ ଏଡିଜି ବି.କେ.ଶର୍ମା ଏହି ସୂଚନା ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଆଗକୁ ଅଧିକ ଟିମ୍ ଗଠନ କରାଯାଇପାରେ ବୋଲି ସେ କହିଛନ୍ତି।
ସୁରେନ୍ଦ୍ର ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଦାୟର ୪ଟି ଏଫଆଇଆରକୁ ନେଇ ତଦନ୍ତକୁ ଆଗକୁ ବଢାଇବ କ୍ରାଇମବ୍ରାଞ୍ଚ। ଏବେ ଆଇପିସିର ଯେଉଁ ଧାରା ଲାଗିଛି ଆଗକୁ ଆବଶ୍ୟକ ପଡିଲେ ସେମାନଙ୍କ ବିରୋଧରେ ଅଧିକ ଦଫା ଲାଗିପାରେ।
ତଦନ୍ତ ଭାର ମିଳିବା ପରେ ଗତକାଲି ସଂଧ୍ୟାରେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା ପୋଲିସ୍ କମିଶନରଙ୍କୁ ଭେଟିଥିଲେ। କ୍ରାଇମବ୍ରାଞ୍ଚ୍ ଆଇଜି, ପୋଲିସ କମିଶନର ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଏନେଇ ଆଲୋଚନା କରିଥିଲେ। ପୂର୍ବରୁ ସାରଥି ମାମଲାର ବି ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ୍।