ନୂଆପଡ଼ା ଆଳୁ ବ୍ୟବସାୟୀ ହତ୍ୟା ଘଟଣାରେ ୩ ଅଭିଯୁକ୍ତ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗାଁରେ ଆଳୁ ବ୍ୟବସାୟୀ ସାଧୁରାମ ଗହୀରଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଦ୍ୟାଧର ମାଝୀ, ଲକ୍ଷ ନାଗ ଓ ଦୈତାରୀ ନାଗ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରେମ ଜନିତ କାରଣରୁ ଏ ହତ୍ୟାକାଣ୍ଡ ଘଟିଛି। ମୃତ ସାଧୁରାମଙ୍କ ବଡ଼ ଭାଇଙ୍କ ଝିଅ ସହିତ ଅଭିଯୁକ୍ତ ବିଦ୍ୟାଧରର ପ୍ରେମ ସଂପର୍କ ଥିଲା। ଏହି […]

nuapada-muder

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 05:31 AM IST

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ତୁକୁଲା ଗାଁରେ ଆଳୁ ବ୍ୟବସାୟୀ ସାଧୁରାମ ଗହୀରଙ୍କୁ ହତ୍ୟା କରାଯିବା ଘଟଣାରେ ପୋଲିସ୍ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିଦ୍ୟାଧର ମାଝୀ, ଲକ୍ଷ ନାଗ ଓ ଦୈତାରୀ ନାଗ। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

ପୋଲିସ୍ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରେମ ଜନିତ କାରଣରୁ ଏ ହତ୍ୟାକାଣ୍ଡ ଘଟିଛି। ମୃତ ସାଧୁରାମଙ୍କ ବଡ଼ ଭାଇଙ୍କ ଝିଅ ସହିତ ଅଭିଯୁକ୍ତ ବିଦ୍ୟାଧରର ପ୍ରେମ ସଂପର୍କ ଥିଲା। ଏହି ପ୍ରେମ ସଂପର୍କକୁ ନେଇ ଗତ ବର୍ଷ ରଥଯାତ୍ରା ବେଳେ ସାଧୁରାମ ବିଦ୍ୟାଧରକୁ ଚପଲରେ ପିଟିଥିଲେ। ଏହା ପରେ ପ୍ରତିଶୋଧ ନେବାକୁ ଧମକ ଦେଇଥିଲା ବିଦ୍ୟାଧର। ଗତ ମେ’ ୨୭ ତାରିଖ ରାତିରେ ସାଧୁରାମ ବାଇକ୍ ଯୋଗେ ଖଡ଼ିଆଳରୁ ଫେରୁଥିବା ବେଳେ ବିଦ୍ୟାଧର ଓ ଅନ୍ୟ ଦୁଇ ଅଭିଯୁକ୍ତ ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିଥିଲେ। ସେମାନେ ତାଙ୍କ ମୁଣ୍ଡକୁ ପିଟି ଥିଲେ।

Related story