ଭୋଟ୍ ଦେବାକୁ ଆସିଲେନି କାଉନସିଲର; ଯୋଡ଼ା ପୌରାଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଧ୍ୟକ୍ଷ ମଞ୍ଜୁଳା ପାତ୍ରଙ୍କ ବିରୋଧରେ ଆସିଥିବା ଅନାସ୍ଥା ଶନିବାର ଖାରଜ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ କୌଣସି କାଉନସିଲର ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଦେବାକୁ ନ ଆସିବାରୁ ଏହାକୁ ଖାରଜ କରି ଦିଆଯାଇଥିଲା। ଯୋଡ଼ା ପୌର ପାଳିକାର ୧୪ ଜଣ କାଉନସିଲରଙ୍କ ମଧ୍ୟରୁ ୧୨ ଜଣ ତାଙ୍କ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ ବିଜେଡି କାଉନସିଲର ଥିବା ବେଳେ ଆଉ ୬ ଜଣେ ଥିଲେ […]

joda

Rakesh Mallick
  • Published: Saturday, 28 November 2015
  • , Updated: 28 November 2015, 12:31 PM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରାଧ୍ୟକ୍ଷ ମଞ୍ଜୁଳା ପାତ୍ରଙ୍କ ବିରୋଧରେ ଆସିଥିବା ଅନାସ୍ଥା ଶନିବାର ଖାରଜ ହୋଇଯାଇଛି। ନିର୍ଦ୍ଧାରିତ ସମୟରେ କୌଣସି କାଉନସିଲର ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ଦେବାକୁ ନ ଆସିବାରୁ ଏହାକୁ ଖାରଜ କରି ଦିଆଯାଇଥିଲା। ଯୋଡ଼ା ପୌର ପାଳିକାର ୧୪ ଜଣ କାଉନସିଲରଙ୍କ ମଧ୍ୟରୁ ୧୨ ଜଣ ତାଙ୍କ ଅଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେମାନଙ୍କ ମଧ୍ୟରେ ୬ ଜଣ ବିଜେଡି କାଉନସିଲର ଥିବା ବେଳେ ଆଉ ୬ ଜଣେ ଥିଲେ କଂଗ୍ରେସ୍ କାଉନସିଲର। ଅକ୍ଟୋବର ୧୬ ତାରିଖରେ ସେମାନେ ପୌର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ସେହି ପ୍ରକାରେ କେନ୍ଦୁଝର ଜିଲ୍ଲାପାଳ ନଭେମ୍ବର ୨୮ ତାରିଖରେ ଭୋଟ୍ କରିବାକୁ ଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ ଯୋଡ଼ା ପୌର ପାଳିକା ଅଫିସ ପରିସରରେ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ଦିନ ସାଢ଼େ ୧୨ଟା ସୁଦ୍ଧା କୌଣସି କାଉନସିଲର ଭୋଟ୍ ଦେବାକୁ ଆସି ନ ଥିଲେ। ଫଳରେ ଦାୟିତ୍ୱରେ ଥିବା ଚମ୍ପୁଆ ଉପଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ‌ଅନାସ୍ଥା ପ୍ରସ୍ତାବ କାଟ୍ ଖାଇଲା ବୋଲି ଘୋଷଣା କରିଥିଲେ।

ବର୍ତ୍ତମାନ ଯୌଡ଼ା ପୌରପାଳିକାରେ ବିଜେଡି ଓ କଂଗ୍ରେସରୁ ୭ ଜଣ ଲେଖାଏଁ କାଉନସିଲର ରହିଛନ୍ତି।

ଦଳବଦଳ ନେଇ ଗତକାଲି ରାଜ୍ୟ କ୍ୟାବିନେଟ୍ ବୈଠକରେ ହୋଇଥିବା ନିଷ୍ପତ୍ତି କାଉନସିଲରମାନଙ୍କ ଖେଳ ବିଗାଡ଼ି ଦେଲା ବୋଲି ଯୋଡ଼ାରେ ଆଲୋଚନା ହେଉଛି। ଦଳଅଦଳ ବଦଳ ଅବା ଦଳୀୟ ନିଷ୍ପତ୍ତି ବିରୋଧରେ ଗଲେ ଏଣିକି ଜିଲ୍ଲା ପରିଷଦ ସଭ୍ୟ, ଏନଏସି ଓ ମ୍ୟୁନିସିପାଲିଟି କାଉନସିଲରଙ୍କ ସଭ୍ୟ ପଦ ରଦ୍ଦ କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରି ଦେଇଛି। ସେହିପରି ସ୍ୱାଧୀନ ସଭ୍ୟମାନେ କୌଣସି ଦଳରେ ଯୋଗ ଦେଲେ ମଧ୍ୟ ସେମାନଙ୍କ ସଭ୍ୟ ପଦ ରଦ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏବେ ଏହାକୁ ବିଧାନସଭାରେ ପାରିତ କରିବା ଲାଗି ଉପସ୍ଥାପିତ କରାଯିବ।

Related story