‘୧୫ ଦିନରେ ଅଚଳ ନଳକୂପ ମରାମତି କରାଯିବ’

କୋରାପୁଟ: କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ଚୁଆ ଓ ଝରଣା ଉପରେ ନିର୍ଭର କରୁଛନ୍ତି। ଚୁଆ ଓ ଝରଣ ପାଣିରେ ହାତ ଧୁଆ, ଖାଇବା ଥାଳି ସଫା ସହିତ ପିଉଛନ୍ତି। ଏପରିକି ରୋଷେୟାମାନେ ଦୁଇ କିମି ଦୂର ଝରଣାରୁ ପାଣି ଆଣି ରୋଷେଇ କରୁଛନ୍ତି। ଏନେଇ ଏକ ଖବର ଗତକାଲି ଓଟିଭିରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ଆଜି […]

pradeep-maharathi

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 05:56 PM IST

କୋରାପୁଟ: କୋରାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏଠାରେ ସ୍କୁଲରେ ପାଠ ପଢ଼ୁଥିବା ପିଲାମାନେ ଚୁଆ ଓ ଝରଣା ଉପରେ ନିର୍ଭର କରୁଛନ୍ତି। ଚୁଆ ଓ ଝରଣ ପାଣିରେ ହାତ ଧୁଆ, ଖାଇବା ଥାଳି ସଫା ସହିତ ପିଉଛନ୍ତି। ଏପରିକି ରୋଷେୟାମାନେ ଦୁଇ କିମି ଦୂର ଝରଣାରୁ ପାଣି ଆଣି ରୋଷେଇ କରୁଛନ୍ତି। ଏନେଇ ଏକ ଖବର ଗତକାଲି ଓଟିଭିରେ ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ଆଜି କୋରାପୁଟରେ ବସିଥିଲା ସମୀକ୍ଷା ବୈଠକ। ପାନୀୟ ଜଳ ସମସ୍ୟା ଉପରେ ବୈଠକରେ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି,“ଯେଉଁ ସ୍କୁଲରେ ପାନୀୟ ଜଳ ବ୍ୟବସ୍ଥା ନାହିଁ ସେଠାରେ ନଳକୂପ ଖନନ କରାଯିବ। ଏହାଛଡ଼ା ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ଆସନ୍ତା ୧୫ ଦିନ ମଧ୍ୟରେ ସମସ୍ତ ଅଚଳ ନଳକୂପକୁ ମରାମତି କରାଯିବ।”

Related story