ସାମାନ୍ୟ ପାଟିତୁଣ୍ଡରୁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର: ସ୍ୱାମୀଙ୍କ ସହିତ ସାମାନ୍ୟ ପାଟିତୁଣ୍ଡକୁ ନେଇ ବଲାଙ୍ଗିରର ଲାଲ୍‌ଟିକ୍ରା ପଡ଼ାରେ ଗୁରୁବାର ଜଣେ ମହିଳା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବନ୍ଦନା ସାହୁ। ପୋଲିସ୍ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ତେବେ ବନ୍ଦନାଙ୍କ ବାପ ଘର ପକ୍ଷରୁ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ। ବନ୍ଦନାଙ୍କ ସ୍ୱାମୀ ପବିତ୍ର ସାହୁ କହିଛନ୍ତି,“ଗତକାଲି ଦିନ ବେଳା ପଡ଼ାର କିଛି ପିଲା ବନ୍ଦନାଙ୍କୁ କମେଣ୍ଟ୍ ମାରି ଥିଲେ। […]

bolangir-suicide

Rakesh Mallick
  • Published: Friday, 25 March 2016
  • , Updated: 25 March 2016, 07:42 AM IST

ବଲାଙ୍ଗିର: ସ୍ୱାମୀଙ୍କ ସହିତ ସାମାନ୍ୟ ପାଟିତୁଣ୍ଡକୁ ନେଇ ବଲାଙ୍ଗିରର ଲାଲ୍‌ଟିକ୍ରା ପଡ଼ାରେ ଗୁରୁବାର ଜଣେ ମହିଳା ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ବନ୍ଦନା ସାହୁ। ପୋଲିସ୍ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ତେବେ ବନ୍ଦନାଙ୍କ ବାପ ଘର ପକ୍ଷରୁ ଏନେଇ ଥାନାରେ କୌଣସି ଅଭିଯୋଗ କରାଯାଇ ନାହିଁ।

ବନ୍ଦନାଙ୍କ ସ୍ୱାମୀ ପବିତ୍ର ସାହୁ କହିଛନ୍ତି,“ଗତକାଲି ଦିନ ବେଳା ପଡ଼ାର କିଛି ପିଲା ବନ୍ଦନାଙ୍କୁ କମେଣ୍ଟ୍ ମାରି ଥିଲେ। ଏହାକୁ ନେଇ ପଡ଼ା ପିଲା ଓ ପଡ଼ୋଶୀଙ୍କ ସହିତ ବନ୍ଦନାଙ୍କର ପାଟିତୁଣ୍ଡ ହୋଇଥିଲା। ପଡ଼ା ଲୋକଙ୍କ ସହିତ କାହିଁକି କଳିକଜିଆ କରୁଛୁ ବୋଲି ମୁଁ ତାକୁ କହିଥିଲି। ଏହା ପରେ ଆମ ଦୁଇ ଜଣଙ୍କ ମଧ୍ୟରେ ବଚସା ହୋଇଥିଲା। ମୁଁ ସନ୍ଧ୍ୟାରେ ଘରେ ନ ଥିବା ସମୟରେ ବନ୍ଦନା ଶାଢ଼ି ସାହଯ୍ୟରେ ଘର ଭିତରେ ଆତ୍ମହତ୍ୟା କରିଥିଲା। ମୁଁ ଫେରିବା ପରେ କବାଟ ବାଡେଇ ଥିଲି। କିନ୍ତୁ ସେ କବାଟ ନଖୋଲିବାରୁ ପଡ଼ାର କିଛି ଲୋକଙ୍କ ସାହାଯ୍ୟରେ କବାଟ ଭାଙ୍ଗି ଦେଖିଲୁ ସେ ବେକରେ ଶାଢ଼ି ଲଗାଇ ହତ୍ୟା କରିଥିଲେ।”

ବଲାଙ୍ଗିର ଟାଉନ୍ ପୋଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ମଶାଣିବନ୍ଧର ବନ୍ଦନା ୪ ବର୍ଷ ତଳେ ପବିତ୍ରଙ୍କୁ ବିବାହ କରି ଥିଲେ। ସେମାନଙ୍କର ଏକ ତିନି ବର୍ଷର ପୁଅ ଅଛି।

Related story