ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟାରେ ହୋଇପାରିବନି ପିଲାଙ୍କ ଆଡମିଶନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ସାଂସଦଙ୍କ କୋଟାରେ ୧୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୁପାରିଶରେ ୪୫୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟାରେ ନାମଲେଖା ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏନେଇ ଏପ୍ରିଲ ୧୨ ତାରିଖରେ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇ ପରବର୍ତ୍ତୀ ନିର୍ଦ୍ଦେଶ […]

KV

KV

Jitendra Garnayak
  • Published: Thursday, 14 April 2022
  • Updated: 14 April 2022, 10:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ସାଂସଦଙ୍କ କୋଟାରେ ୧୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୁପାରିଶରେ ୪୫୦ଟି ସିଟରେ ନାମଲେଖା ବ୍ୟବସ୍ଥାକୁ ପୂର୍ବରୁ ଉଚ୍ଛେଦ କରାଯାଇଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟାରେ ନାମଲେଖା ବ୍ୟବସ୍ଥା ଉଚ୍ଛେଦ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏନେଇ ଏପ୍ରିଲ ୧୨ ତାରିଖରେ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟକୁ ନିର୍ଦ୍ଦେଶନାମା ଜାରି କରାଯାଇ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସାଂସଦଙ୍କ କୋଟାରେ ନାମଲେଖା ନକରିବାକୁ କୁହାଯାଇଛି । ସାଂସଦଙ୍କ ସୁପାରିଶ ବା କୋଟାରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ୧୦ଟି ସିଟରେ ନାମଲେଖାଯିବାର ସୁଯୋଗ ମିଳୁଥିଲା । ଏହି କ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ମୋଟ ୭୫୦୦ଟି ସିଟରେ ସାଂସଦଙ୍କ କୋଟାରେ ନାମଲେଖା ଯିବାର ପ୍ରାବଧାନ ରହିଥିଲା । ଏହି ପ୍ରାବଧାନକୁ ଏବେ ସମାପ୍ତ କରି ଦିଆଯାଇଛି । ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ନିଷ୍ପତ୍ତି ନେଇଛି ଯେ ଯେଉଁ ପିଲାମାନେ କରୋନାରେ ନିଜର ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କୁ ନାମଲେଖାରେ ପ୍ରାଥମିକତା ଦିଆଯିବ । ଚଳିତ ଶିକ୍ଷାବର୍ଷରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀ ନିମନ୍ତେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବେ ।

ଅନ୍ୟପକ୍ଷରେ ସାଂସଦଙ୍କ କୋଟା ଉଚ୍ଛେଦ କରାଯିବା ପ୍ରସଙ୍ଗରେ ଜାତୀୟ ଗଣମାଧ୍ୟମ ‘ଦୈନିକ ଭାସ୍କର’ ତା’ର ରିପୋର୍ଟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟାକୁ ଉଲ୍ଲେଖ କରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କିଛି ଲୋକଙ୍କ ପାଇଁ ନିଜର ଅଧିକାରର ଉପଯୋଗ କରିବା ନା ସାଂସଦ ଭାବେ ସମସ୍ତଙ୍କ ପାଇଁ ସମାନ ଭାବେ କାମ କରିବା ବୋଲି ପ୍ରଶ୍ନ କରିଛନ୍ତି ।

ସୂଚନାଯୋଗ୍ୟ, ଇତିମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକରେ ପ୍ରଥମ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତବର୍ଷ କେନ୍ଦ୍ରୀୟ ବିଦ୍ୟାଳୟରେ ନାମଲେଖାରେ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତିର ପାଳନ କରାଯାଉଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଅନୁସାରେ ପ୍ରଥମ ଶ୍ରେଣୀରେ ନାମଲେଖାଇବା ପାଇଁ ପିଲାର ସର୍ବନିମ୍ନ ବୟସ ୨୦୨୨ ମାର୍ଚ୍ଚ ସୁଦ୍ଧା ୬ ବର୍ଷ ପୂରଣ ହୋଇଥିବା ଜରୁରୀ । ପୂର୍ବରୁ ପ୍ରଥମ ଶ୍ରେଣୀରେ ନାମଲେଖା ପାଇଁ ପିଲାର ସର୍ବନିମ୍ନ ବୟସ ୫ବର୍ଷ ପୂରଣ ହୋଇଥିବା ଆବଶ୍ୟକ ଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos