Advertisment

'କହିବାରେ ୪୦%ରୁ ଅଧିକ ଅକ୍ଷମ ପିଲାଙ୍କ ମେଡିକାଲ ଆଡମିଶନକୁ ରୋକି ପାରିବନି'

ଭିନ୍ନକ୍ଷମ ଛାତ୍ରଙ୍କ ମେଡିକାଲ ପାଠ ପଢ଼ା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ଭିନ୍ନକ୍ଷମ ଛାତ୍ରଙ୍କ ମେଡିକାଲ ପାଠ ପଢ଼ା ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି ସୁପ୍ରିମକୋର୍ଟ। ପାଟି ଲାଗୁଥିବା ପିଲା ବା ବାକ୍ ଶକ୍ତିରେ ୪୦%ରୁ ଅଧିକ ଅକ୍ଷମ ଥିବା ପିଲା ମେଡିକାଲ ପଢିପାରିବେ। ସେମାନଙ୍କୁ ଡାକ୍ତରୀ ପଢାରୁ କେହି ରୋକି ପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ଜଣେ ଛାତ୍ର ମେଡିକାଲ ପାଇବା ପରେ ମଧ୍ୟ ବାକ୍ ଶକ୍ତିରେ ୪୪ରୁ ୪୫ ପ୍ରତିଶତ ଅକ୍ଷମତା କାରଣରୁ ତାଙ୍କୁ ଆଡମିଶନ ପାଇଁ ବାରଣ କରିଥିଲେ କଲେଜ କର୍ତ୍ତୃପକ୍ଷ। ଏନେଇ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ସର୍ବୋଚ୍ଚ ଅଦାଲତର ଜଷ୍ଟିସ ବିଆର ଗଭାଇ ଏବଂ କେଭି ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏ ଉପରେ ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

କହିବାରେ ୪୦%ରୁ ଅଧିକ ଅକ୍ଷମତା ଥିବା ପିଲାଙ୍କୁ ମେଡିକାଲ ଆଡମିଶନକୁ ବାରଣ କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

Advertisment

ସୁପ୍ରିମକୋର୍ଟ ଆହୁରି କହିଛନ୍ତି ଯେ, ସେମାନଙ୍କ ମେଡିକାଲ କଲେଜରେ ଆଡମିଶନ ପାଇଁ ପ୍ରତିବନ୍ଧକ ରହିବା ଉଚିତ୍ ନୁହେଁ। କେବଳ ଦିବ୍ୟାଙ୍ଗ ମାତ୍ରା ନିର୍ଦ୍ଧାରିତ କରି ପ୍ରାର୍ଥୀଙ୍କୁ ମେଡିକାଲ ପାଠ୍ୟକ୍ରମରୁ ରେକାଯାଇ ପାରିବନାହିଁ। ଏଥିପାଇଁ ପ୍ରାର୍ଥୀଙ୍କୁ ବିଭିନ୍ନ ଦିଗରୁ ଯାଞ୍ଚ କରାଯିବା ଉଚିତ୍। 

ଯଦି ଡିଜାବିଲିଟି ଆସେସମେଣ୍ଟ ବୋର୍ଡକୁ ନୀରିକ୍ଷଣ ପରେ ଲାଗେ କି ଏହି ଅକ୍ଷମତା କାରଣରୁ ଜଣେ ପ୍ରାର୍ଥୀ ମେଡିକାଲ ପାଠ୍ୟକ୍ରମ ସମାପ୍ତ କରିବାରେ ଅସମର୍ଥ ହେବେ, ତେବେ ତାଙ୍କୁ ଆଡମିଶନ ପାଇଁ ବାରଣ କରାଯାଇପାରିବ। ନ୍ୟାସନାଲ ମେଡିକାଲ କାଉନସିଲ (NMC) ଏ ଉପରେ ସଠିକ୍ ନିଷ୍ପତ୍ତି ନେବ, ଆମେ ଆଶା କରୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ପ୍ରକାଶ ଥାଉକି NMC ନିୟମ ଅନୁସାରେ, କଥା କହିବାରେ ୪୦ ପ୍ରତିଶତରୁ ଅଧିକ ଅକ୍ଷମ ଥିଲେ ଛାତ୍ରଛାତ୍ରୀଙ୍କୁ ମେଡିକାଲ ଆଡମିଶନ ଉପରେ ବାରଣ କରାଯାଇଥିଲା। 

Speech Disability Medical Admission Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe