‘ଜାଲିମା’କୁ ଦେଖିଲେଣି ୪୭ ଲକ୍ଷ ଲୋକ

ମୁମ୍ବାଇ: ଗତ ସୋମବାର ରିଲିଜ୍ ହୋଇଥିଲା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ରଇସ୍‌’ର ପ୍ରଥମ ଗୀତ  ‘ଜାଲିମା’। ରିଲିଜ୍‌ ହେବାର ୧୨ ଘଣ୍ଟା ଭିତରେ ଏହାକୁ ୧.୨୦ ଲକ୍ଷ ଲୋକ ଲାଇକ୍  କରିଥିଲେ। ଏତେ କମ୍‌ ସମୟ ମଧ୍ୟରେ ଏତେ ଲାଇକ୍‌ ଗୋଟାଇ ’ଜାଲିମା’ ଗୀତଟି   ନୂଆ ରେକର୍ଡ ସୃଷ୍ଟି କରିଛି। ଖବର ଲେଖା ଯିବା ସୁଦ୍ଧା ଏହି ଗୀତକୁ ୪୭ ଲକ୍ଷ ଲୋକ ଦେଖି ସାରିଲେଣି। ‘ରଇସ’ର ପ୍ରଥମ ଗୀତକୁ ଅରିଜିତ ସିଂହ ଏବଂ ହର୍ଷଦୀପ କୌର […]

sharukh

sharukh

Rakesh Mallick
  • Published: Friday, 06 January 2017
  • Updated: 06 January 2017, 09:11 AM IST

Sports

Latest News

ମୁମ୍ବାଇ: ଗତ ସୋମବାର ରିଲିଜ୍ ହୋଇଥିଲା ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ରଇସ୍‌’ର ପ୍ରଥମ ଗୀତ  ‘ଜାଲିମା’। ରିଲିଜ୍‌ ହେବାର ୧୨ ଘଣ୍ଟା ଭିତରେ ଏହାକୁ ୧.୨୦ ଲକ୍ଷ ଲୋକ ଲାଇକ୍  କରିଥିଲେ। ଏତେ କମ୍‌ ସମୟ ମଧ୍ୟରେ ଏତେ ଲାଇକ୍‌ ଗୋଟାଇ ’ଜାଲିମା’ ଗୀତଟି   ନୂଆ ରେକର୍ଡ ସୃଷ୍ଟି କରିଛି।

ଖବର ଲେଖା ଯିବା ସୁଦ୍ଧା ଏହି ଗୀତକୁ ୪୭ ଲକ୍ଷ ଲୋକ ଦେଖି ସାରିଲେଣି।

‘ରଇସ’ର ପ୍ରଥମ ଗୀତକୁ ଅରିଜିତ ସିଂହ ଏବଂ ହର୍ଷଦୀପ କୌର ଗାଇଥିବା ବେଳେ ଅମିତାଭ ଭଟ୍ଟାଚାର୍ଯ୍ୟ ଏହାକୁ ଲେଖିଛନ୍ତି। ଏହି ଗୀତକୁ ଦର୍ଶକ  ବହୁତ  ପସନ୍ଦ କରିଛନ୍ତି। ଏଥିରେ ଶାହାରୁଖ ଓ ମାହିରାଙ୍କର ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଛି।  ଏହି ଗୀତକୁ ଦେଖିଲା ପରେ ଶାହାରୁଖ ଓ କାଜଲଙ୍କ  ରୋମାଣ୍ଟିକ ଯୋଡ଼ି ମନେ ପଡ଼ି ଯାଉଛି।

‘ରଇସ୍‌’ ଜାନୁଆରୀ ୧୫ରେ ରିଲିଜ୍‌ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos