ସାଉଥ୍‌ ଫିଲ୍ମରେ ଚମକିଲେ ଆଉ ଜଣେ ଓଡ଼ିଆ ଝିଅ ଆଲିଶା

ରାଉରକେଲା,(ଓଡିଶା ରିପୋର୍ଟର):ସାଉଥ୍ ଫିଲ୍ମ ଜଗତରେ ଆଉ ଜଣେ ଓଡିଆ ଝିଅଙ୍କ କମାଲ। ରାଉରକେଲା ଝିଅ ଆଲିଶା ସାଉଥ୍ ଫିଲ୍ମ ଜଗତର ଜଣାଶୁଣା ନାଁ।   ତାମିଲ, ତେଲଗୁ, ମାଲେୟାଲମ ସିନେମାରେ ଅଭିନୟ କରିଛନ୍ତି। ୧୨ଟିରୁ ଅଧିକ ଫିଲ୍ମ ସହ ଡକ୍ୟୁମେଣ୍ଟାରିରେ ମଧ୍ୟ କାମ କରିଛନ୍ତି ଆଲିଶା। ‘କାଦୁଲ କୋ କୋନ’, ‘କଲୱାନ’ ଭଳି ତେଲଗୁ, ମାଲେୟାଲମ ଫିଲ୍ମରେ ସେ ଅଭିନୟ କରିଛନ୍ତି। ସୁନ୍ଦରଗଡ କଳିଙ୍ଗ ଭାରତୀ ରେସିଡେନ୍ସିଆଲରେ ଯୁକ୍ତ ଦୁଇ ପଢିବା ପରେ ଇଞ୍ଜିନିୟରିଂ ପଢିବା ପାଇଁ ସେ […]

Heroine

Heroine

Rakesh Mallick
  • Published: Saturday, 27 January 2018
  • Updated: 27 January 2018, 07:39 PM IST

Sports

Latest News

ରାଉରକେଲା,(ଓଡିଶା ରିପୋର୍ଟର):ସାଉଥ୍ ଫିଲ୍ମ ଜଗତରେ ଆଉ ଜଣେ ଓଡିଆ ଝିଅଙ୍କ କମାଲ। ରାଉରକେଲା ଝିଅ ଆଲିଶା ସାଉଥ୍ ଫିଲ୍ମ ଜଗତର ଜଣାଶୁଣା ନାଁ।   ତାମିଲ, ତେଲଗୁ, ମାଲେୟାଲମ ସିନେମାରେ ଅଭିନୟ କରିଛନ୍ତି। ୧୨ଟିରୁ ଅଧିକ ଫିଲ୍ମ ସହ ଡକ୍ୟୁମେଣ୍ଟାରିରେ ମଧ୍ୟ କାମ କରିଛନ୍ତି ଆଲିଶା। 'କାଦୁଲ କୋ କୋନ', 'କଲୱାନ' ଭଳି ତେଲଗୁ, ମାଲେୟାଲମ ଫିଲ୍ମରେ ସେ ଅଭିନୟ କରିଛନ୍ତି। ସୁନ୍ଦରଗଡ କଳିଙ୍ଗ ଭାରତୀ ରେସିଡେନ୍ସିଆଲରେ ଯୁକ୍ତ ଦୁଇ ପଢିବା ପରେ ଇଞ୍ଜିନିୟରିଂ ପଢିବା ପାଇଁ ସେ ଚେନ୍ନାଇ ଯାଇଥିଲେ। ସେଠାରେ ପାଠ ପଢୁ ଥିବା ସମୟରେ ସେ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗନେଇଥିଲେ। ମିସ୍ ଇଣ୍ଡିଆ ଟାଇଟଲ ହାସଲ କରିପାରିଲେନି ସତ, ହେଲେ ଫିଲ୍ମ ଲାଇନକୁ ପ୍ରବେଶ ପାଇଁ ବାଟଖୋଲିଗଲା।  ତେବେ ତାଙ୍କର ଆଇଏଏସ ହେବାର ଲକ୍ଷ୍ୟ ଥିଲା। କିନ୍ତୁ  ତାଙ୍କ ପାଖରେ ଥିବା ଅଭିନୟର କଳା ତାଙ୍କୁ  ଫିଲ୍ମ ଦୁନିଆକୁ ଟାଣିନେଲା।  ପୂର୍ବରୁ ନୈନା ଦାଶ ପରି ଅନେକ ଓଡ଼ିଆ ଝିଅ ସାଉଥ ଫିଲ୍ମରେ ନିଜର ଯାଦୁ ଦେଖାଇଛନ୍ତି।  କେବଳ ଅଭିନୟ ନୁହେଁ ଭଲ ଗୀତ ମଧ୍ୟ ଗାଆନ୍ତି ଆଲିଶା।

ଆଲିଶାଙ୍କ ପରିବାର

ଆଲିଶାଙ୍କ  ବାପା ଅସିତ ଦାସ।  ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ। ମା’ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟରେ ଏନସିସି ଅଫିସର।

ଆଗାମୀ ଯୋଜନା

ଆଗକୁ ବଲିଉଡ ଫିଲ୍ମ କରିବାକୁ ଲକ୍ଷ୍ୟ ରଖିଛନ୍ତି ଆଲିଶା। ଏବେ ସେ ନିଜ ନାଁରେ ପରିବର୍ତ୍ତନ କରିଛନ୍ତି। ନିଜ ନାଁ ଆଲିଶା ଦାସକୁ ବଦଳାଇ ସେ  ଆଲିଶା ଚୋପ୍ରା କରିଛନ୍ତି।

https://youtu.be/TGtOBqTJ64Y

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos