ପ୍ରଶଂସା ଗୋଟାଉଛି ଆମିରଙ୍କ ‘ସିକ୍ରେଟ୍ ସୁପରଷ୍ଟାର’: ଦୁଇ ଦିନରେ ଆୟ ୧୪ କୋଟି

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଛି ଅଜୟ ଦେବଗନଙ୍କ ‘ଗୋଲମାଲ୍ ଏଗେନ୍’ ଓ ଆମିର ଖାନଙ୍କ ‘ସିକ୍ରେଟ୍ ସୁପରଷ୍ଟାର’। ଆୟ ମାମଲାରେ ‘ଗୋଲମାଲ୍ ଏଗେନ୍’ ଚଳିତ ବର୍ଷ ସବୁଠୁ ବଡ଼ ଓପନର୍ ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ‘ସିକ୍ରେଟ୍ ସୁପରଷ୍ଟାର’କୁ ବି ମିଳୁଛି ଉଭୟ ଦର୍ଶକ ଓ ସିନେ ସମୀକ୍ଷକଙ୍କ ତାରିଫ। ଏହି ଫିଲ୍ମଟି ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ ୧୪.୧ କୋଟି ଟଙ୍କା ଆୟ କରିଛି। ଗତ ଗୁରୁବାର ଏହା ରିଲିଜ୍ ହୋଇଥିବା ବେଳେ ସେହିଦିନ […]

Rakesh Mallick
  • Published: Tuesday, 24 October 2017
  • Updated: 24 October 2017, 12:55 AM IST

Sports

Latest News

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଛି ଅଜୟ ଦେବଗନଙ୍କ ‘ଗୋଲମାଲ୍ ଏଗେନ୍’ ଓ ଆମିର ଖାନଙ୍କ ‘ସିକ୍ରେଟ୍ ସୁପରଷ୍ଟାର’। ଆୟ ମାମଲାରେ ‘ଗୋଲମାଲ୍ ଏଗେନ୍’ ଚଳିତ ବର୍ଷ ସବୁଠୁ ବଡ଼ ଓପନର୍ ସାବ୍ୟସ୍ତ ହୋଇଛି। ଅନ୍ୟପକ୍ଷରେ ‘ସିକ୍ରେଟ୍ ସୁପରଷ୍ଟାର’କୁ ବି ମିଳୁଛି ଉଭୟ ଦର୍ଶକ ଓ ସିନେ ସମୀକ୍ଷକଙ୍କ ତାରିଫ। ଏହି ଫିଲ୍ମଟି ରିଲିଜ୍ ହେବାର ଦୁଇ ଦିନ ମଧ୍ୟରେ ୧୪.୧ କୋଟି ଟଙ୍କା ଆୟ କରିଛି। ଗତ ଗୁରୁବାର ଏହା ରିଲିଜ୍ ହୋଇଥିବା ବେଳେ ସେହିଦିନ ମାତ୍ର ୪.୮ କୋଟି ଟଙ୍କା ଆୟ କରିଥିଲା। କିନ୍ତୁ ଦ୍ୱିତୀୟ ଦିନ ଏହାର ବିଜ୍‌ନେସ୍ ଡବଲ୍ ହୋଇଯାଇଥିଲା। ଦ୍ୱିତୀୟ ଦିନରେ ‘ସିକ୍ରେଟ୍ ସୁପରଷ୍ଟାର’ ୯.୩ କୋଟି ଟଙ୍କା ଆୟ କରିଥିଲା।

amirଫିଲ୍ମର କାହାଣୀ

‘ସିକ୍ରେଟ୍ ସୁପରଷ୍ଟାର’ର  କାହାଣୀ ଗୁଜରାଟର ବଡ଼ୋଦରାରେ ରହୁଥିବା ଗୋଟିଏ ଝିଅ ଇନ୍‌ସିୟା (ଜାୟରା ୱସୀମ)ର। ସେ ସିଙ୍ଗର୍ ହେବାକୁ ଚାହେଁ। ତେବେ ତା’ର ଏହି ସ୍ୱପ୍ନ ସାକାର ହେବା ବାଟରେ ମୁଖ୍ୟ ପ୍ରତିବନ୍ଧକ ହେଉଛନ୍ତି ତା ବାପା ଫାରୁଖ (ରାଜ ଅର୍ଜୁନ)। ବାପାଙ୍କ ଡରରେ ସେ କେବେ ନିଜ ସ୍ୱପ୍ନ ସଂପର୍କରେ କେଉଁଠି ଆଲୋଚନା କରେ ନାହିଁ। କିନ୍ତୁ ଇନ୍‌ସିୟାର ମା’ ନଜମା (ମେହର ବିଜ୍‌) ତା’ର ଏହି ସ୍ୱପ୍ନକୁ ପୂରଣ କରିବାକୁ ଅଣ୍ଟା ଭିଡ଼ନ୍ତି। ଇନ୍‌ସିୟା ନିଜ ସ୍ୱପ୍ନ ପୂରଣ କରିବାକୁ ମୁମ୍ବାଇ ଯାଏ। ସେଠାରେ ତା’ର ଭେଟ ହୁଏ ସଂଘର୍ଷ କରୁଥିବା ଜଣେ ସଂଗୀତ ନିର୍ଦ୍ଦେଶକ ଶକ୍ତି କୁମାର (ଆମିର ଖାନ)ଙ୍କ ସହ। ଫିଲ୍ମରେ ଶକ୍ତିଙ୍କ ଏଣ୍ଟ୍ରି ପରେ କାହାଣୀ ବିଭିନ୍ନ ମୋଡ଼ ନିଏ।

ଏହି ଫିଲ୍ମରେ ଜାୟରା ୱସୀମଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos