ପିଲାଦିନ ଓ ଗାଁର ଭିଡିଓକୁ ଦେଖି କାନ୍ଦିଲେ ଧର୍ମେନ୍ଦ୍ର
ମୁମ୍ୱାଇ: ବଲିଉଡ୍ର ଭେଟେରାନ୍ ଆକ୍ଟର ଧର୍ମେନ୍ଦ୍ର ସୋନି ଟିଭିର ସିଙ୍ଗିଙ୍ଗ୍ ରିୟାଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର୍’ରେ ଯୋଗ ଦେଇ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଧର୍ମେନ୍ଦ୍ର କାନ୍ଦୁଥିବାର ଏକ ଭିଡିଓ ସୋନି ଟିଭିର ଅଫିସିଆଲ୍ ସାଇଟ୍ରେ ଶେଆର୍ କରାଯାଇଛି।
ଏହି ଶୋ’ରେ ଧର୍ମେନ୍ଦ୍ର ପୁଅ ସନି ଦେଓଲ୍ ଓ ନାତି କରନ୍ ଦେଓଲଙ୍କ ସହିତ ଯୋଗ ଦେଇଥିଲେ। କରନ ‘ପଲ୍ ପଲ୍ ଦିଲ୍ କେ ପାସ୍’ ଫିଲ୍ମ ଜରିଆରେ ବଲିଉଡ୍ରେ ଡେବ୍ୟୁ କରିଛନ୍ତି। ତେଣୁ ଧର୍ମେନ୍ଦ୍ର ଓ ସନି ଫିଲ୍ମର ପ୍ରମୋସନ କରିବା ପାଇଁ ‘ସୁପରଷ୍ଟାର ସିଙ୍ଗର’ରେ ପହଞ୍ଚିଥିଲେ।
Dharmendra ji couldn't stop his tears when the #SuperstarSinger stage showed the world his journey and struggle to the film industry. Watch him and the #DhamakedarDeols this weekend on #SuperstarSinger at 8 PM pic.twitter.com/amhxCvpcDF
— Sony TV (@SonyTV) September 12, 2019
ଶୋ’ର ଏହି ଏପିସୋଡଟି ଆଗାମୀ ସପ୍ତାହରେ ଟେଲିକାଷ୍ଟ ହେବ। କିନ୍ତୁ ଏହା ପୂର୍ବରୁ ଇନଷ୍ଟାଗ୍ରାମରେ ଏହାର ପ୍ରୋମୋକୁ ଶେଆର କରାଯାଇଛି। ଏହି ପ୍ରୋମୋ ଭିଡିଓରେ ଧର୍ମେନ୍ଦ୍ରଙ୍କ ଗାଁ, ପିଲାଦିନ, ସ୍କୁଲ ଓ ସାଙ୍ଗସାଥୀଙ୍କ କଥାକୁ ଦେଖାଯାଇଛି। ଯାହାକୁ ଦେଖି ଧର୍ମେନ୍ଦ୍ର ତାଙ୍କ ଆଖିର ଲୁହକୁ ରୋକି ପାରିନାହାନ୍ତି ଏବଂ ପିଲାଙ୍କ ପରି କାନ୍ଦିବା ଆରମ୍ଭ କରିଛନ୍ତି।
ସୂଚନାଯୋଗ୍ୟ ଯେ ଧର୍ମେନ୍ଦ୍ରଙ୍କ ଗାଁ ହେଉଛି ସାହନେବଲ, ଯାହା ଲୁଧିଆନାଠାରୁ ୧୦ କିଲୋମିଟର ଦୂରରେ ରହିଛି। ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଗାଁ ସହରରେ ପରିଣତ ହୋଇଛି। ଏହି ଭିଡିଓରେ ଧର୍ମେନ୍ଦ୍ରଙ୍କ ପିଲାଦିନର ଫଟୋକୁ ଦେଖାଯାଇଛି। ଯେଉଁଥିରେ ସେ ସ୍କୁଲ ୟୁନିଫର୍ମ ପିନ୍ଧିଛନ୍ତି।
The three generations of the deol family is here to watch the super kids sing their timeless songs and take them for a walk down memory lane. Watch the #DhamakedarDeols this weekend at 8 PM on #SuperstarSinger pic.twitter.com/3g3BLbYWMd
— Sony TV (@SonyTV) September 12, 2019
ପ୍ରୋମୋ ଭିଡିଓରେ ରେଳଧାରଣା ପାଖରେ ଥିବା ଏକ ପୋଲ ବିଷୟରେ କୁହାଯାଇଛି। ଯାହା ଉପରେ ବସି ଧର୍ମେନ୍ଦ୍ର ମୁମ୍ୱାଇ ଆସି ହିରୋ ହେବା ପାଇଁ ସ୍ୱପ୍ନ ଦେଖୁଥିଲେ। ଭିଡିଓକୁ ଦେଖି ସାରିବା ପରେ ନିଜ ସଂଘର୍ଷ ଦିନକୁ ମନେ ପକାଇ ଧର୍ମେନ୍ଦ୍ର ଭାବବିହ୍ୱଳ ହୋଇପଡ଼ିଥିଲେ।
‘ପଲ୍ ପଲ୍ ଦିଲ୍ କେ ପାସ୍’ ଫିଲ୍ମରେ ସନି ଦେଓଲ୍ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମଟି ୨୦ ସେପ୍ଟେମ୍ୱରରେ ରିଲିଜ୍ ହେବାକୁ ଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।