ସୋସିଆଲ ମିଡିଆରୁ ଭିଡିଓ ଡିଲିଟ୍‌ କଲେ ପରିଣିତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣିତି ଚୋପ୍ରା ନିକଟରେ ଏକ ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଯାହାକୁ ନେଇ ତାଙ୍କ ଫ୍ୟାନ୍ସମାନେ ତାଙ୍କ ଉପରେ ରାଗିବା ସହ ତାଙ୍କୁ ଖୁବ୍‌ ସମାଲୋଚନା ମଧ୍ୟ କରିଥିଲେ।  ଭିଡିଓରେ ପରିଣିତିଙ୍କ ସହ ଯାଉଥିବା ଜଣେ ବ୍ୟକ୍ତି ପରିଣିତିଙ୍କ ଛତା, ଓ ୩ଟି ବ୍ୟାଗ୍ ବୁହାଇ ଯାଉଥିବା ବେଳେ ପରିଣିତି  ବିନା କୌଣସି ସହଯୋଗ କରିବା ପରିବର୍ତ୍ତେ ଆରାମରେ ଚାଲୁଥିଲେ। ତାଙ୍କର ଏହି ଭିଡିଓ ଦେଖିବା ପରେ ଫ୍ୟାନସମାନେ ତାଙ୍କ ଉପରେ ରାଗିଥିଲେ। ତାଙ୍କର ବିବେକକୁ ନେଇ ପ୍ରଶ୍ନ କରିଥିଲେ।