ଫିଲ୍ମକୁ ଆସିବା ପୂର୍ବରୁ ଚର୍ଚ୍ଚାରେ ବଲିଉଡ୍‌ ଷ୍ଟାର୍‌ଙ୍କ ପୁଅ

ମୁମ୍ବାଇ: ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ୍ ଖୁବ୍‌ଶୀଘ୍ର ବଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ତା’ ପୂର୍ବରୁ ସେ ଚର୍ଚ୍ଚାରେ ରହିଛନ୍ତି। ନିଜ ଲଭ୍ ଲାଇଫ୍‌କୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଅହାନ୍‌ ଫ୍ୟାଶନ୍‌ ଡିଜାଇନର୍‌ ତାନ୍ୟା ଶ୍ରଫ୍‌ଙ୍କୁ ଡେଟ୍‌ କରୁଛନ୍ତି। ଅନେକ ସମୟରେ ଏ ଦୁହିଁଙ୍କୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏପରିକି ଅହାନ୍‌ଙ୍କ ଫିଲ୍ମର ମହୁରତ୍ ଅବସରରେ ମଧ୍ୟ ତାନ୍ୟା ଉପସ୍ଥିତ ଥିଲେ। https://www.instagram.com/p/Br7qgPzn1Rb/?utm_source=ig_web_copy_link ତାନ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍ କରିବା […]

ahan shetty

ahan shetty

Chinmayee Roy
  • Published: Wednesday, 04 September 2019
  • Updated: 04 September 2019, 02:02 PM IST

Sports

Latest News

ମୁମ୍ବାଇ: ଅଭିନେତା ସୁନୀଲ ଶେଟ୍ଟୀଙ୍କ ପୁଅ ଅହାନ୍ ଖୁବ୍‌ଶୀଘ୍ର ବଲିଉଡ୍‌ରେ କ୍ୟାରିଅର ଆରମ୍ଭ କରିବାକୁ ଯାଉଛନ୍ତି। ହେଲେ ତା’ ପୂର୍ବରୁ ସେ ଚର୍ଚ୍ଚାରେ ରହିଛନ୍ତି। ନିଜ ଲଭ୍ ଲାଇଫ୍‌କୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଅହାନ୍‌ ଫ୍ୟାଶନ୍‌ ଡିଜାଇନର୍‌ ତାନ୍ୟା ଶ୍ରଫ୍‌ଙ୍କୁ ଡେଟ୍‌ କରୁଛନ୍ତି। ଅନେକ ସମୟରେ ଏ ଦୁହିଁଙ୍କୁ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏପରିକି ଅହାନ୍‌ଙ୍କ ଫିଲ୍ମର ମହୁରତ୍ ଅବସରରେ ମଧ୍ୟ ତାନ୍ୟା ଉପସ୍ଥିତ ଥିଲେ।

https://www.instagram.com/p/Br7qgPzn1Rb/?utm_source=ig_web_copy_link

ତାନ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍ କରିବା ପରେ ସେମାନେ ପରସ୍ପରକୁ ଡେଟ୍‌ କରୁଥିବା କଥା ସାମ୍ନାକୁ ଆସିଥିଲା। ତାନ୍ୟା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଫଟୋ ପୋଷ୍ଟ୍ କରି ‘my rock’ ଲେଖିଥିଲେ। ଏହି ଫଟୋରେ ଅହାନ୍‌ ଓ ସେ ଥିଲେ। ଏହି ପୋଷ୍ଟ୍ ଉପରେ ପ୍ରତିକ୍ରିୟା ଦେଇ ଅହାନ୍ ଲେଖିଥିଲେ, ‘ଆଇ ଲଭ୍‌ ୟୁ’।

https://www.instagram.com/p/BppBDlbFfm_/?utm_source=ig_web_copy_link

ସୂଚନା ଅନୁଯାୟୀ, ଅହାନ୍ ଓ ତାନ୍ୟା ଛୁଟି କାଟିବାକୁ ଗ୍ରୀସ୍‌, ଇଟାଲୀ ଓ ଫ୍ରାନ୍ସ ଯାଇଛନ୍ତି। କିଛି ଦିନ ପୂର୍ବରୁ ହିଁ ଏହି କପଲ୍‌ଙ୍କର ଫଟୋ ଭାଇରାଲ୍‌ ହୋଇଥିଲା।

https://www.instagram.com/p/BfLRNZMFp8W/?utm_source=ig_web_copy_link

ଛୁଟି କାଟି ଫେରିବା ପରେ ଅହାନ୍‌ ନିର୍ଦ୍ଦେଶକ ମିଲନ ଲୁଥାରିଆଙ୍କ ଫିଲ୍ମ ‘ତଡ଼ପ୍‌’ର ଶୁଟିଂ ଆରମ୍ଭ କରିବେ। ଏହି ଫିଲ୍ମଟି ହିଟ୍ ତେଲୁଗୁ ଫିଲ୍ମ ‘ଆର୍‌ଏକ୍ସ-୧୦୦’ର ହିନ୍ଦୀ ରିମେକ୍‌।

https://www.instagram.com/p/BuEdLHehcjo/?utm_source=ig_web_copy_link

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos