ବିରୋଧ ପରେ ନିଷ୍ପତ୍ତି ବଦଳାଇଲେ ଅକ୍ଷୟ କୁମାର

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ନ ‘ଲକ୍ଷ୍ମୀ ବମ’ର ନାମ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମର ନାମକୁ ନେଇ ଜୋରଦାର ବିରୋଧ ପରେ ଅକ୍ଷୟ କୁମାର ନିଷ୍ପତ୍ତି ବଦଳାଇଛନ୍ତି। ଫିଲ୍ନର ନାମ ହିନ୍ଦୁ ଧର୍ମାଲମ୍ବୀଙ୍କୁ କୁଠାରଘାତ ପହଞ୍ଚାଉଥିବା ଅଭିଯୋଗ ହେଉଥିଲା। ଏବେ ନାମ ପରିବର୍ତ୍ତନ ନେଇ ରାଜପୁତ କରଣୀ ସେନା ଲିଗାଲ୍ ନୋଟିସ ପଠାଇବା ପରେ ଅକ୍ଷୟ କୁମାର ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ ଫିଲ୍ମର […]

akshay-kumar-laxmmi-bomb

akshay-kumar-laxmmi-bomb

Subhransu Sekhar
  • Published: Friday, 30 October 2020
  • Updated: 30 October 2020, 09:00 AM IST

Sports

Latest News

ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ତାଙ୍କ ଆଗାମୀ ଫିଲ୍ନ 'ଲକ୍ଷ୍ମୀ ବମ'ର ନାମ ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମର ନାମକୁ ନେଇ ଜୋରଦାର ବିରୋଧ ପରେ ଅକ୍ଷୟ କୁମାର ନିଷ୍ପତ୍ତି ବଦଳାଇଛନ୍ତି। ଫିଲ୍ନର ନାମ ହିନ୍ଦୁ ଧର୍ମାଲମ୍ବୀଙ୍କୁ କୁଠାରଘାତ ପହଞ୍ଚାଉଥିବା ଅଭିଯୋଗ ହେଉଥିଲା। ଏବେ ନାମ ପରିବର୍ତ୍ତନ ନେଇ ରାଜପୁତ କରଣୀ ସେନା ଲିଗାଲ୍ ନୋଟିସ ପଠାଇବା ପରେ ଅକ୍ଷୟ କୁମାର ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ନିଷ୍ପତ୍ତି ନେଇଛି। ଏବେ ଫିଲ୍ମର ନାମ 'ଲକ୍ଷ୍ମୀ' ରହିବ ବୋଲି ଜଣାପଡ଼ିଛି। ତାମିଲ୍ ଫିଲ୍ମ କାଞ୍ଚନାର ହିନ୍ଦୀ ରିମେକ୍ ହେଉଛି 'ଲକ୍ଷ୍ମୀ'।

ନଭେମ୍ୱର ୯ରେ ଏହି ସିନେମା ଓଟିଟି ଫ୍ଲାଟଫର୍ମରେ ରିଲିଜ ହେବ। ଅକ୍ଷୟଙ୍କ ହିରୋଇନ ଭାବରେ କିଆରା ଆଡ଼ଭାନୀଙ୍କୁ ଲୋକେ ଦେଖିବାକୁ ପାଇବେ।

କରଣୀ ସେନାର ନୋଟିସ ଅନୁଯାୟୀ ଫିଲ୍ମଟି ହିନ୍ଦୁ ସମ୍ପ୍ରଦାୟକୁ କୁଠାରଘାତ ପହଞ୍ଚାଉଛି। ଫିଲ୍ମର ଶୀର୍ଷକରେ 'ବମ୍' ଯୋଡ଼ା ହୋଇଥିବା ନେଇ ମୁଖ୍ୟତଃ ଆପତ୍ତି ଉଠିଛି। ଏହି ନାମରେ ଫିଲ୍ମ ରିଲିଜ ହେଲେ ସମାଜକୁ ଭୁଲ୍ ବାର୍ତ୍ତା ଯିବ ବୋଲି ଅନେକ ହିନ୍ଦୁ ସଂଗଠନ କହିଥିଲେ। ଯଦି ଫିଲ୍ମଟିର ନାମ ପରିବର୍ତ୍ତନ ହୋଇନଥାନ୍ତା ତାହେଲେ ଫିଲ୍ମଟିକୁ ବୟକଟ କରିବାକୁ ହିନ୍ଦୁ ସଂଗଠନ ମାନେ ଆହ୍ୱାନ କରିବେ ବୋଲି ଚେତାବନୀ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos