ମନ୍ଦିରରେ ପୂଜା ପାଇବେ ‘ସରକାର’: ଫ୍ୟାନ୍ ପ୍ରତିଷ୍ଠା କଲେ ‘ବିଗ୍ ବି’ଙ୍କ ପ୍ରତିମୂର୍ତ୍ତୀ

କୋଲକାତା: ଏବେ ମନ୍ଦିରରେ ରହିବେ ସୁଭାଷ ନାଗରେ। ପୂଜା ପାଇବେ ଏବଂ ଫ୍ୟାନଙ୍କ ଗହଣରେ ସମୟ ମଧ୍ୟ ବିତାଇବେ। ଦ୍ୱନ୍ଦରେ ପଡିଲେ କି ? ତେବେ ଶୁଣନ୍ତୁ ଆମେ କହୁଛୁ ହିନ୍ଦୀ ଫିଲ୍ମ ସରକାର ସିରିଜର ସୁବାସ ନାଗରେ ଚରିତ୍ରରେ ଅଭିନୟ କରିଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ କଥା। ଏହି କିମ୍ୱଦନ୍ତୀ ଅଭିନେତାଙ୍କୁ ନେଇ ଫ୍ୟାନଙ୍କ ଭିତରେ ରହିଛି ଜବରଦସ୍ତ କ୍ରେଜ୍। ପୂର୍ବରୁ ଭାରତରେ ଫିଲ୍ମ ଅଭିନେତା ଓ ଅଭିନେତ୍ରୀଙ୍କୁ ଫ୍ୟାନ୍ ଭଗବାନ ରୂପେ ପୂଜା […]

amitabh bachan

amitabh bachan

Rakesh Mallick
  • Published: Saturday, 13 May 2017
  • Updated: 13 May 2017, 07:47 PM IST

Sports

Latest News

କୋଲକାତା: ଏବେ ମନ୍ଦିରରେ ରହିବେ ସୁଭାଷ ନାଗରେ। ପୂଜା ପାଇବେ ଏବଂ ଫ୍ୟାନଙ୍କ ଗହଣରେ ସମୟ ମଧ୍ୟ ବିତାଇବେ। ଦ୍ୱନ୍ଦରେ ପଡିଲେ କି ? ତେବେ ଶୁଣନ୍ତୁ ଆମେ କହୁଛୁ ହିନ୍ଦୀ ଫିଲ୍ମ ସରକାର ସିରିଜର ସୁବାସ ନାଗରେ ଚରିତ୍ରରେ ଅଭିନୟ କରିଥିବା ବିଗ୍ ବି ଅମିତାଭ ବଚ୍ଚନଙ୍କ କଥା। ଏହି କିମ୍ୱଦନ୍ତୀ ଅଭିନେତାଙ୍କୁ ନେଇ ଫ୍ୟାନଙ୍କ ଭିତରେ ରହିଛି ଜବରଦସ୍ତ କ୍ରେଜ୍। ପୂର୍ବରୁ ଭାରତରେ ଫିଲ୍ମ ଅଭିନେତା ଓ ଅଭିନେତ୍ରୀଙ୍କୁ ଫ୍ୟାନ୍ ଭଗବାନ ରୂପେ ପୂଜା କରିବାର ନଜିର ରହିଛି। ତେବେ ଏଭଳି ପାଗଳାମୀରେ ନିଜକୁ ସାମିଲ କରିଛନ୍ତି ବେଙ୍ଗଲର କିଛି ଶେହେନ୍‌ସାଙ୍କ ଫ୍ୟାନ।

ଅମିତାଭଙ୍କ ସରକାର-୩ ରିଲିଜ୍ ଅବସରରେ ଫିଲ୍ମର ସଫଳତା ପାଇଁ କୋଲକାତାର ଅମିତାଭ ବଚ୍ଚନ ଫ୍ୟାନ ଆସୋସିଏସନ ତରଫରୁ ବିଗ ବିଙ୍କ ଏକ ପ୍ରତିମୂର୍ତ୍ତି ମନ୍ଦିରରେ ସ୍ଥାପନା କରାଯାଇଛି। ଫ।ଇବର ଗ୍ଲାସରେ ଏହି ପ୍ରତିମୂର୍ତ୍ତିଟି ସରକାର ସିରିଜରେ ଅମିତାଭ ଅଭିନୟ କରିଥିବା ସୁବାସ ନାଗ୍‌ରେ ଚରିତ୍ରର ଅବିକଳ ନକଲ। ୬ ଫୁଟ ୨ ଇଞ୍ଚର ଏହି ପ୍ରତିମୂର୍ତ୍ତିଟି ଅମିତାଭଙ୍କ ଉଚ୍ଚତାରୁ ଟିକିଏ ଅଧିକ।

courtesy-aaj tak

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos