ଦୀପାବଳୀରେ ଫ୍ୟାନଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଷ୍କା ଓ ରଣବୀର

ମୁମ୍ବାଇ: ‘ଏ ଦିଲ୍‌ ହେ ମୁସକ୍କିଲ’ ରିଲିଜ୍‌ ପରେ  ଚୁଲବୁଲି ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ରଣବୀର କପୁର ପ୍ରଂଶସକଙ୍କ ସହ କଥା ହେବା ସହ ଦୀପାବଳୀର ଶୁଭକାମନା ଜଣାଇଛନ୍ତି। ପିଭିଆର ସିନେମା କମ୍ପାନୀରେ ଏହି ଦୁଇ ଜଣ ଗତକାଲି ଦୀପ ଜଳାଇ ଦୀପାବଳୀ ପାଳନ କରିଥିଲେ ଓ ପ୍ରଂଶସକଙ୍କ ମାନଙ୍କୁ ମିଠା ବାଣ୍ଟି ଥିଲେ।

ଅନୁଷ୍କା କହିଛନ୍ତି, “ମୁଁ ସମସ୍ତଙ୍କୁ ଦୀପାବଳୀର ଶୁଭକାମନା ଜଣାଉଛି।  ଫିଲ୍ମ ରିଲିଜ୍   ସମୟରେ ପ୍ରଂଶସକଙ୍କ ସହ କଥା ହେବା ଏକ ନିଆରା ଅନୁଭବ । ଏହା ସୌଭାଗ୍ୟର କଥା।”