ଆଖିରେ ଲାଗିଥିବା ଆଘାତ ଫଟୋକୁ ସେୟାର କଲେ ଅର୍ଜୁନ ରାମପାଲ୍‌

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଆଖିରେ ଆଘାତ ଲାଗିଛି। ଆଖିରେ ପଟି ଲାଗିଥିବା ଫଟୋକୁ ସେ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ତେବେ ତାଙ୍କର ଏହି ଆଘାତ ଅଧିକ ଗଭୀର ନଥିବା କଥା କହିଛନ୍ତି।

ତେବେ ଗୋଟିଏ ଆଖି ବନ୍ଦ ରହିବା କାରଣରୁ ତାଙ୍କୁ ଦେଖିବାରେ ସାମାନ୍ୟ ଅସୁବିଧା ହେଉଥିବା କଥା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଆଖିରେ ପଟି ଲାଗିଥିବା ସମୁଦ୍ର ଡାକୁ କିପରି ଦୁନିଆ ଦେଖୁଥିବେ ତାହା ସେ ଅନୁଭବ କରିପାରୁଛନ୍ତି। ଏସବୁ ମଧ୍ୟରେ ଅର୍ଜୁନ ତାଙ୍କର ଆଗମୀ ଫିଲ୍ମ ‘ଡ୍ୟାଡି’ର ରିଲିଜକୁ ନେଇ ବ୍ୟସ୍ତ ରହିଛନ୍ତି।