ଓମ୍‌ ପୁରୀଙ୍କ ବିୟୋଗରେ ଭାବ ବିହ୍ୱଳ ହେଲେ ‘ବିଗ୍‌ ବି’

ମୁମ୍ବାଇ: ବର୍ଷୀୟାନ୍‌ ଅଭିନେତା ଓମ୍‌ ପୁରୀଙ୍କ ଦେହାନ୍ତ ଖବର ପୂରା ବଲିଉଡ ଇଣ୍ଡଷ୍ଟ୍ରିକୁ ଏକ ଶକ୍ତ ଧକ୍କା ଲାଗିଛି। ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କ ମୃତ୍ୟୁ ଖବର ପାଇ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତାଙ୍କର ଏଭଳି ଅକାଳ ବିୟୋଗରେ ମହାନାୟକ ଅମିତାଭ ବଚ୍ଚନ ନିଜର ଦୁଃଖକୁ ଲୁଚାଇ ରଖିପାରି ନାହାନ୍ତି।

ଅତି ଭାବବିହ୍ୱଳ ହୋଇ ଅମିତାଭ ତାଙ୍କ ବ୍ଲଗ୍‌ରେ  ଓମ୍‌ ପୁରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି, ଜଣେ ଭଲ ସାଙ୍ଗ, ଅତି ପ୍ରିୟ ସହକର୍ମୀ ଏବଂ ଜଣେ ମହାନ୍‌ କଳାକାର ଆଉ ନାହାନ୍ତି। “ଶ୍ମଶାନରେ ଶୋକାକୁଳ ପରିବେଶ ଥିବା ବେଳେ ମୁଁ ଓମ୍‌ ପୁରୀଙ୍କ ପୁଅର ହାତ ଧରି ତାକୁ ଆଗକୁ କିଭଳି ବଞ୍ଚିବାକୁ ହେବ ସେ ପାଇଁ ସାହାସ ଦେଉଥିଲି”।