ଅର୍ଜୁନଙ୍କ ଜିମ୍‌ ଭାଙ୍ଗିଲା ବିଏମସି

ମୁମ୍ବାଇ: ବାରମ୍ବାର ନୋଟିସ୍‌ ସତ୍ତ୍ୱେ ଶେଷରେ ବଲିଉଡ ଅଭିନେତା ଅର୍ଜୁନ୍‌ କପୁରଙ୍କ ଜିମ୍‌କୁ ଭାଙ୍ଗିଲା ମୁମ୍ବାଇ ମହାନଗର ନିଗମ। ଖବର ମୁତାବକ ଅର୍ଜୁନ କପୁର ମୁମ୍ବାଇର ଜୁହୁ ଅଞ୍ଚଳରେ ରହେଜା ଅର୍କିଡରେ ରୁହନ୍ତି। ସେ ନିଜ ବିଲଡିଂର ଛାତରେ ବିଏମସିର ବିନା ଅନୁମତିରେ ଜିମ୍‌ ତିଆରି କରିଥିଲେ।

ତେବେ ବିଏମସି ଏହି ଖବର ଜାଣିବା ପରେ ଅର୍ଜୁନ୍‌ଙ୍କୁ ନୋଟିସ୍‌ ଜାରି କରିବା ସହ ତାଙ୍କୁ ଘର ଭାଙ୍ଗିବା ପାଇଁ କହିଥିଲେ। କିନ୍ତୁ ଅର୍ଜୁନ ବିଏମସିର ଏହି ନୋଟିସକୁ ଅଣଦେଖା କରିଥିବାରୁ ବରେ ବିଏମସି ଦ୍ୱାରା ତାଙ୍କର ଏହି ଜିମ୍‌କୁ ଭାଙ୍ଗିଦିଆଯାଇଛି।