କାହାକୁ ମାରିବାକୁ ଛୁରି ଧରି ଗୋଡ଼ାଇ ଥିଲେ ବବି ଦେଓଲ?

ମୁମ୍ବାଇ: ୧୯୮୦ ମସିହା ମେ’ ୨ ତାରିଖରେ ଧର୍ମେନ୍ଦ୍ର ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ନାଁ ପ୍ରକାଶ କୌର। ଡ୍ରିମ୍‌ଗାର୍ଲ ହେମାମାଳିନୀଙ୍କୁ ବିବାହ କରିବା ବେଳେକୁ ଧର୍ମେନ୍ଦ୍ର ଚାରୋଟି ଛୁଆର ବାପା ହୋଇସାରିଥିଲେ। ଅର୍ଥାତ ସେତେବେଳକୁ ସନି ଦେଓଲ, ବବି ଦେଓଲ ଓ ସେମାନଙ୍କ ଦୁଇ ଭଉଣୀ ବିଜେତା ଓ ଅଜିତା ଜନ୍ମ ହୋଇସାରିଥିଲେ। କୁହାଯାଏ ଧର୍ମେନ୍ଦ୍ର ଦ୍ୱିତୀୟ ବିବାହ କରିବା ପରେ ତାଙ୍କ ପିଲାମାନେ ଖୁବ୍ ରାଗି ଯାଇଥିଲେ। ଏପରିକି ବବି […]

bobby1

bobby1

Rakesh Mallick
  • Published: Sunday, 15 October 2017
  • Updated: 15 October 2017, 01:10 PM IST

ମୁମ୍ବାଇ: ୧୯୮୦ ମସିହା ମେ’ ୨ ତାରିଖରେ ଧର୍ମେନ୍ଦ୍ର ହେମାମାଳିନୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଧର୍ମେନ୍ଦ୍ରଙ୍କ ପ୍ରଥମ ପତ୍ନୀଙ୍କ ନାଁ ପ୍ରକାଶ କୌର। ଡ୍ରିମ୍‌ଗାର୍ଲ ହେମାମାଳିନୀଙ୍କୁ ବିବାହ କରିବା ବେଳେକୁ ଧର୍ମେନ୍ଦ୍ର ଚାରୋଟି ଛୁଆର ବାପା ହୋଇସାରିଥିଲେ। ଅର୍ଥାତ ସେତେବେଳକୁ ସନି ଦେଓଲ, ବବି ଦେଓଲ ଓ ସେମାନଙ୍କ ଦୁଇ ଭଉଣୀ ବିଜେତା ଓ ଅଜିତା ଜନ୍ମ ହୋଇସାରିଥିଲେ। କୁହାଯାଏ ଧର୍ମେନ୍ଦ୍ର ଦ୍ୱିତୀୟ ବିବାହ କରିବା ପରେ ତାଙ୍କ ପିଲାମାନେ ଖୁବ୍ ରାଗି ଯାଇଥିଲେ। ଏପରିକି ବବି ଦେଓଲ ଏକ ଛୁରି ଧରି ହେମାମାଳିନୀଙ୍କୁ ମାରିବା ପାଇଁ ଗୋଡ଼ାଇଥିଲେ। ଅବଶ୍ୟ ଏକଥାକୁ ତାଙ୍କ ମା’ ପ୍ରକାଶ କୌର ଏକ ସାକ୍ଷାତକାରରେ ଖଣ୍ଡନ କରିଥିଲେ। ପ୍ରକାଶ କେବେ ମିଡିଆକୁ ଆସନ୍ତି ନାହିଁ। ତେବେ ଥରେ ଏକ ସାକ୍ଷାତକାରରେ ସେ କହିଥିଲେ ଯେ ତାଙ୍କ ପିଲାମାନଙ୍କ ପାଇଁ ସେ ହେଉଛନ୍ତି ଦୁନିଆର ସବୁଠୁ ଭଲ ମହିଳା। ତାଙ୍କ ଛୁଆମାନେ ଦୁନିଆର ସବୁଠୁ ଭଲ ଛୁଆ। ସେମାନେ କାହାର କ୍ଷତି କରିପାରିବେ ନାହିଁ।

[caption id="attachment_172706" align="aligncenter" width="600"]bobby ପିଲାବେଳେ ବାପାମା ଓ ଭାଇ ସନିଙ୍କ ସହ ବବି[/caption]

ଏହି ସାକ୍ଷାତକାରରେ ପ୍ରକାଶ କୌର ହେମାମାଳିନୀଙ୍କ ସଂପର୍କରେ କହିଥିଲେ ଯେ ଜଣେ ମହିଳା ହିସାବରେ ସେ ତାଙ୍କ (ହେମାମାଳିନୀ)ଙ୍କ ଭାବନାକୁ ବୁଝିପାରୁଛନ୍ତି। କିନ୍ତୁ ସେ ହେମାମାଳିନୀଙ୍କ ସ୍ଥାନରେ ଥିଲେ ଏପରି କରି ନଥାନ୍ତେ।

ସୂଚନାଯୋଗ୍ୟ, ହେମାମାଳିନୀ ସନି ଦେଓଲଙ୍କଠାରୁ ମାତ୍ର ୮ ବର୍ଷରେ ବଡ଼।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos