Advertisment

ପରିଣୀତିଙ୍କ ସହ ଡେଟିଂ ଚର୍ଚ୍ଚାକୁ ନେଇ ବଡ଼ କଥା କହିଲେ ସାଂସଦ ରାଘବ

ଗୋଟିଏ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ରାଘବ ଓ ପରିଣୀତି କେବଳ ଭଲ ସାଙ୍ଗ। ସେମାନେ ଡେଟିଂ କରୁ ନାହାନ୍ତି। ଉଭୟ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଏକାଠି ପାଠ ମଧ୍ୟ ପଢ଼ୁଥିଲେ।

ଅଦ୍ୟତନ ହୋଇଛି
Raghav Chadha

Raghav Chadha

Advertisment

ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍‌ର ରାଜ୍ୟସଭା ସାଂସଦ ରାଘବ ଚଡ୍ଡାଙ୍କ ଡିନର ଏବଂ ଲଞ୍ଚ ଫଟୋ ଭାଇରାଲ ହେବାରେ ଲାଗିଛି। ଉଭୟ ପରସ୍ପରକୁ ଡେଟିଂ କରୁଥିବା କାଲି ଠାରୁ ସୋଶାଲ ମିଡିଆରେ ପ୍ରଚାର ହେଉଛି। ତେବେ ଏସବୁ ଚର୍ଚ୍ଚା ଭିତରେ ରାଘବଙ୍କୁ ଡେଟିଂ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ସେ ଦେଇଥିବା ଉତ୍ତର ଏବେ ପୁଣି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

Advertisment

ପରିଣୀତି ଙ୍କ ସହ ଲଞ୍ଚ ଓ ଡିନର ବେଳେ ନଜର ଆସିଥିବା ରାଘବକଙ୍କୁ ଆଜି ଏ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ଏହାର ଜବାବରେ ସ୍ମିତ ହାସ୍ୟ ଦେଇ ରାଘବ କହିଛନ୍ତି, “ଆପଣମାନେ ମୋତେ ରାଜନୀତିର ପ୍ରଶ୍ନ କରନ୍ତୁ। ପରିଣୀତିଙ୍କ ସମ୍ପର୍କରେ ପ୍ରଶ୍ନ କରନ୍ତୁ ନାହିଁ।”

ତାଙ୍କୁ ପୁଣି ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ଲୋକମାନେ ଆପଣ ଓ ପରିଣୀତି ଙ୍କ ସମ୍ପର୍କରେ ଜାଣିବାକୁ ଚାହୁଁଛନ୍ତି। ଏହାର ଜବାରେ ସେ କହିଥିଲେ ଯେ “ଏହାର ଜବାବ ଦିଆଯିବ।” ଉତ୍ତର ଦେବା ବେଳେ ରାଘବ ସାମାନ୍ୟ ଲାଜେଇ ଯାଇଥିବା ମଧ୍ୟ ରିପୋର୍ଟ ପ୍ରକାଶ ପାଇଛି।

Advertisment

୨୨ ତାରିଖ ରାତିରେ ରାଘବ ଓ ପରିଣୀତି ଏକାଠି ଡିନର କରିଥିଲେ। ସେହିପରି ୨୩ ତାରିଖ ମଧ୍ୟାହ୍ନରେ ଲଞ୍ଚ ବେଳେ ସେମାନଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଥିଲା। ଏହାର ଭିଡିଓ ଫଟୋ ଭାଇରାଲ ହେବା ପରେ ଡେଟିଂ ଚର୍ଚ୍ଚା ଆରମ୍ଭ ହୋଇଛି।

ତେବେ ଗୋଟିଏ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ଯେ ରାଘବ ଓ ପରିଣୀତି କେବଳ ଭଲ ସାଙ୍ଗ। ସେମାନେ ଡେଟିଂ କରୁ ନାହାନ୍ତି। ଉଭୟ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ଏକାଠି ପାଠ ମଧ୍ୟ ପଢ଼ୁଥିଲେ।

Parineeti Chopra Raghav Chadha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe