ଗଣପତି ବିସର୍ଜନର ଏଭଳି ଫଟୋ ଦେଖି ରାଗିଗଲେ ଏହି ଅଭିନେତା

ମାୟାନଗରୀ ମୁମ୍ବାଇରେ ଦୀର୍ଘ ୧୦ ଦିନ ଧରି ଗଣପତି ଉତ୍ସବ ପାଳନ ହେବା ପରେ ଏବେ ବପ୍ପାଙ୍କ ପ୍ରତିମାକୁ ନଦୀରେ ବିସର୍ଜନ କରାଯାଉଛି। ୧୦ ଦିନ ଧରି ବପ୍ପାଙ୍କ ସେବା କରିବା ପରେ ଏବେ ମୁମ୍ବାଇବାସୀ ବେଶ୍ ଧୁମ୍‌ଧାମ୍‌ରେ ବପ୍ପାଙ୍କୁ ବିଦାୟ ଦେଉଛନ୍ତି। ହେଲେ ଏସବୁ ଭିତରେ ଏବେ ଏମିତି ଏକ ଫଟୋ ସାମ୍ନାକୁ ଆସିଛି ଯାହାକୁ ଦେଖି ଯେ କହି ବି ରାଗିଯିବେ। ନିକଟରେ ବଲିଉଡ ସେଲେବ୍ରିଟି ରିତେଶ ଦେଶମୁଖ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ଭଗବାନ ଗଣେଶଙ୍କ ପ୍ରତିମାକୁ ଆବର୍ଜନାରେ ଭରା ପାଣିରେ ବିସ୍ରଜିତ କରାଯାଇଥିବା ଓ ମୂର୍ତ୍ତି ଖଣ୍ଡିତ ହୋଇଥିବା ଦେଖିବାକୁ ମିଳିଛି। ଯାହାକି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଏହି ଫଟୋଟିକୁ ଶେୟାର କରି ରିତେଶ ଦେଶମୁଖ ନିଜର କ୍ଷୋଭ ପ୍ରକାଶ କରି ଲେଖଛନ୍ତି, ‘ଆମ ବପ୍ପା କ’ଣ ଏଭଳି ବିଦାୟର ହକ୍‌ଦାର୍? ଭଗବାନଙ୍କ ଅପମାନ କରିବା ବନ୍ଦ କରନ୍ତୁ ଓ ଏକ ସ୍ଥାଇ ଇକୋଫ୍ରେଣ୍ଡଲି ଗଣପତି ପୂଜା ଆଡ଼କୁ  ଆଗେଇ ଆସନ୍ତୁ।’ ରିତେଶଙ୍କର ଏହି ଟ୍ୱିଟ୍‌କୁ ଅନେକ ଲୋକ ସମର୍ଥନ କରିବା ସହ ରିତେଶଙ୍କର ଢେର ପ୍ରଶଂସା ମଧ୍ୟ କରୁଛନ୍ତି।

ସୂଚନାଯୋଗ୍ୟ ରିତେଶ ଦେଶମୁଖ ଖୁବ୍ ଶୀଘ୍ର ଫିଲ୍ମ ‘ମରଜାୱା’ ଓ ‘ହାଉସଫୁଲ୍‌-୪’ରେ ନଜର ଆସିବେ। ଫିଲ୍ମ ‘ମରଜାୱା’ରେ ରିତେଶ ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାପୂର୍ବରୁ  ରିତେଶ ଦେଶମୁଖ ଫିଲ୍ମ ‘ଏକ୍‌ ଭିଲେନ’ରେ ସିଦ୍ଧାର୍ଥଙ୍କ ସହ କାମ କରିଥିଲେ। ସେହିପରି ‘ହାଉସଫୁଲ୍‌-୪’ରେ ରିତେଶଙ୍କ ସହ ଅକ୍ଷୟ, ବବି ଦେଓଲ ଓ କୃତି ସାନନ୍ ପରି କଳାକାର ଅଭିନୟ କରିବେ।