କହୁକହୁ କହିଦେଲେ ଦୀପିକା: ଏବେକା ବୟଫ୍ରେଣ୍ଡଙ୍କ ଆଗରେ କଲେ ଏକ୍ସ-ବୟଫ୍ରେଣ୍ଡଙ୍କ ପ୍ରଶଂସା

ମୁମ୍ବାଇ: ବଲିଉଡ ହେଉକି ହଲିଉଡ୍ ଜଣେ ଦକ୍ଷ ଅଭିନେତ୍ରୀ ଭାବେ ଦୀପିକା ପାଦୁକୋନ ବେଶ୍ ପରିଚିତ। ସବୁବେଳେ ସେ କିଛିନା କିଛି କାରଣରୁ ଚର୍ଚ୍ଚାରେ ଥାଆନ୍ତି। ନିକଟରେ ପ୍ରସାରିତ ଏକ ଟିଭି ସାକ୍ଷତକାର ପରେ ତାଙ୍କୁ ନେଇ ପୁଣି ଚର୍ଚ୍ଚା ହେଉଛି। ଏଥିରେ ଦୀପିକା ନିଜ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁରଙ୍କ ବିଷୟରେ ଏମିତି କିଛି କହିଥିଲେ ଯେ, ଯାହା ଶୁଣିବା ପରେ ସେଠାରେ ଉପସ୍ଥିତ ଥିବା ତାଙ୍କ ବୟଫ୍ରେଣ୍ଡ ରଣବୀର ସିଂହ ଓ ଦର୍ଶକମାନେ ଖୁବ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।

କଥା ହେଉଛି ସେଠି ଚାଲିଥିଲା ଦୀପିକାଙ୍କ ଲଭ୍ ଲାଇଫ୍ ବିଷୟରେ ଆଲୋଚନା। ଆଙ୍କର ଦୀପିକାଙ୍କୁ ହଠାତ୍ ପଚାରି ଦେଲେ ଏକ ଅଡୁଆ ପ୍ରଶ୍ନ। ଜାଣିବାକୁ ଚାହିଁଥିଲେ ଯେ, ତାଙ୍କ ଜୀବନର ସବୁଠୁ ରୋମାଣ୍ଟିକ ମୁହୂର୍ତ୍ତ କେଉଁଟା ଓ ତାହା କେମିତି ଥିଲା। ଏହାର ଉତ୍ତରରେ ଦୀପିକା ଯାହା କହିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ବିଶେଷକରି ତାଙ୍କ ବୟଫ୍ରେଣ୍ଡଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଶୁଣନ୍ତୁ ଦୀପିକାଙ୍କ ଉତ୍ତର।

ସେ କହିଥିଲେ, ତାଙ୍କୁ ପିଆନୋ ଶିଖିବାକୁ ଖୁବ ଇଚ୍ଛା ଥିଲା। କିନ୍ତୁ ସେ ଏଥିପାଇଁ କୌଣସି ପ୍ରୟାସ କରୁ ନଥିଲେ। କେବଳ ଇଚ୍ଛା କରୁଥିଲେ ଯେ, କେମିତି ହେଲେ ପିଆନୋ ଶିଖିଲେ ଭଲ ହୁଅନ୍ତା। ତେବେ ତାଙ୍କ ମନ କଥା ବୁଝି ପାରିଥିଲେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁର। ତେଣୁ ସେ ହଠାତ୍ ତାଙ୍କୁ ସର୍ପରାଇଜ୍ ଦେବାକୁ ଦିନେ ଗୋଟେ ପିଆନୋ ଧରି ପହଞ୍ଚିଥିଲେ ଦୀପିକାଙ୍କ ଘରେ। ଏହା ଦେଖି ଦୀପିକା ସତରେ ଇମ୍ପ୍ରେସ୍ ହୋଇଯାଇଥିଲେ। କାରଣ ପିଆନୋ ପାଇଁ ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ପିଆନୋଟି ଥିଲା ତାଠାରୁ ସୁନ୍ଦର। ସେଦିନ ଦୀପିକା ବହୁତ ଖୁସି ହୋଇ ଯାଇଥିଲେ। ଦୀପିକା କହିଥିଲେ, ସେ ମୁହୂର୍ତ୍ତଟି ଥିଲା ତାଙ୍କ ଜୀବନର ସବୁଠୁ ଭଲ ସ୍ମୃତି ଏବଂ ସବୁଠୁ ରୋମାଣ୍ଟିକ୍ ମୁହୂର୍ତ୍ତ।