ହସ୍‌ପିଟାଲ୍‌ରେ ଦିଲ୍ଲୀପ କୁମାର

ମୁମ୍ବାଇ: ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାରଙ୍କୁ ମୁମ୍ବାଇର ଲିଲାବତୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଡାହାଣ ଗୋଡ଼ ଫୁଲି ଯାଇଥିବା ଯୋଗୁଁ ତାଙ୍କୁ ଗତକାଲିଠାରୁ ସେଠାରେ ଭର୍ତ୍ତି କରାଯାଇଛି।

ଦିଲ୍ଲୀପ କୁମାରଙ୍କ ପତ୍ନୀ ସାଇରା ବାନୁ କହିଛନ୍ତି,“ସେ ଭଲ ଅଛନ୍ତି। ଚିନ୍ତା କରିବାର କିଛି ନାହିଁ। ଡାକ୍ତରମାନେ ଭଲ ଭାବେ ତାଙ୍କର ପରୀକ୍ଷା କରିଛନ୍ତି। ଆଜି ସକାଳେ ତାଙ୍କର ରକ୍ତ ପରୀକ୍ଷା କରାଯାଇଛି।”

ଡିସେମ୍ବର ୧୧ରେ ଏହି ବର୍ଷୀୟାନ ଅଭିନେତା ୯୪ ବର୍ଷରେ ପଦାର୍ପଣ କରିବେ। ସେତେବେଳକୁ ସେ ଘରକୁ ଫେରି ଆସିଥିବେ ବୋଲି ସାଇରା ବାନୁ ଆଶା ରଖିଛନ୍ତି।

ଗତ ଏପ୍ରିଲ୍ ମାସରେ ମଧ୍ୟ କିଛି ଦିନ ପାଇଁ ଦିଲ୍ଲୀପ କୁମାର ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ।