କାଲି ଆସିବେ ‘ଡ୍ରିମ୍ ଗର୍ଲ’, ସେଲିବ୍ରିଟି କହିଲେ ବ୍ଲକବଷ୍ଟର୍

ମୁମ୍ବାଇ: ଆସନ୍ତାକାଲି ପରଦାକୁ ଆସିବ ବହୁ ଚର୍ଚ୍ଚିତ ସିନେମା ‘ଡ୍ରିମ୍ ଗର୍ଲ’। ଏଥିରେ ଆୟୁଷ୍ମାନ ଖୁରାନା ଉଭୟ ପୁରୁଷ ଏବଂ ମହିଳା ଭୂମିକାରେ ନଜର ଆସିବେ। ଫିଲ୍ମରେ ଭରପୂର କମେଡି ସିନ୍ ରହିଛି। ଆୟୁଷ୍ମାନ ସମସ୍ତଙ୍କୁ ପୂଜା ନାଁରେ ଫୋନ୍ କରି କିପରି ମତୁଆଲା କରୁଛନ୍ତି ଏବଂ ତାକୁ ନେଇ କିଭଳି ଭାବେ ନାନା କନଫ୍ୟୁଜନ୍ ସୃଷ୍ଟି ହେଉଛି, ତାହା ହିଁ ରହିଛି ଫିଲ୍ମର କାହାଣୀ।
My GOD! What a film #DreamGirl! My eyes can’t believe it. It’s totally unreal and sure shot blockbuster. And @writerraj is one of the best future director in the Bollywood. All the producers n actors will start to chase him from Friday. @ayushmannk is simply at his very best here
— KRK (@kamaalrkhan) September 11, 2019
ଗତକାଲି ମୁମ୍ବାଇରେ ଏହାର ସ୍ପେଶାଲ ସ୍କ୍ରିନିଂ କରାଯାଇଥିଲା। ଫିଲ୍ମଟିକୁ ଦେଖିବା ପାଇଁ ବଡ଼ ବଡ଼ ସେଲିବ୍ରିଟିଙ୍କର ଭିଡ ଜମିଥିଲା। ସମସ୍ତେ ଏହାକୁ ବ୍ଲକବଷ୍ଟର୍ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଫିଲ୍ମଟି ୨୫ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଛି। ତେବେ ପ୍ରଥମ ଦିନରେ ଏହା ୬ ରୁ ୭ କୋଟି ଆୟ କରିବ ବୋଲି ଆଶା କରାଯାଉଛି।
ଆୟୁଷ୍ମାନଙ୍କ ସହ ଫିଲ୍ମରେ ନୁସରତ ଭରୁଚା ଲିଡ୍ ରୋଲ୍ରେ ଦେଖାଦେବୋ ଏଥିସହ ସିନେମାରେ କ୍ୟାମିଓ ରୋଲ୍ରେ ରିତେଶ ଦେଶମୁଖ ମଧ୍ୟ ନଜର ଆସିବେ। ରିଲିଜ୍ ହେବା ପୂର୍ବରୁ ଫିଲ୍ମର ଟ୍ରେଲର ଓ ସବୁ ଗୀତକୁ ଦର୍ଶକଙ୍କ ଜବରଦସ୍ତ ଲାଇକ୍ ମିଳିଛିା ରାଜ୍ ଶାଣ୍ଡିଲ୍ୟ ଏହାକୁ ନିର୍ଦ୍ଦେଶନା ଦେଇଥିବାବେଳେ ଏକତା କପୁରଙ୍କ ବ୍ୟାନର୍ ବାଲାଜୀ ମୋଶନ ପିକଚର୍ସ ଏହାର ପ୍ରଯୋଜନା କରିଛି। ଫୁଲ୍ ଏଣ୍ଟରଟେନିଙ୍ଗ ସିନେମା ଭାବେ ଏହା ସବୁ ବର୍ଗର ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ନିର୍ମାତା ଆଶା ରଖିଛନ୍ତି।