ଡ୍ରଗ୍ସ କେସ୍‌ରେ ବନ୍ଧା ହେଲେ ଅଭିନେତ୍ରୀ

ବେଙ୍ଗାଳୁରୁ: ଡ୍ରଗ୍ସ କାରବାର ମାମଲାରେ ବଢ଼ିଚାଲିଛି ସେଲେବ୍ରିଟିଙ୍କ ଅଡୁଆ। ଦିନକୁ ଦିନ ଧରାପଡୁଛନ୍ତି ଜଣକ ପରେ ଜଣେ ଅଭିନେତା ଏବଂ ଅଭିନେତ୍ରୀ। ଏବେ ଏହି ମାମଲାରେ ଯୋଡି ହୋଇଛି ଆଉ ଜଣେ ଅଭିନେତ୍ରୀଙ୍କ ନାଁ। ଡ୍ରଗ୍ସ କାରବାର ମାମଲାରେ କର୍ଣ୍ଣାଟକ ପୁଲିସ ଆଜି ସାଉଥ ଅଭିନେତ୍ରୀ ସୋନାଲି ଅଗ୍ରୱାଲଙ୍କୁ ଏକ ଲଗ୍‌ଜୁରୀ ହୋଟେଲରୁ ଗିରଫ କରିଛି। ତାଙ୍କ ସହ ଆଉ ୨ ଜଣ ମଧ୍ୟ ଗିରଫ ହୋଇଛନ୍ତି।

ସୂଚନା ମୁତାବକ, କର୍ଣ୍ଣାଟକ ପୁଲିସ ଆଜି ସକାଳୁ ଏକକାଳୀନ ବେଙ୍ଗାଳୁରୁର ୩ଟି ସ୍ଥାନରେ ଚଢ଼ାଉ କରିଥିଲା। ଏହାପରେ ସୋନିଆ ଅଗ୍ରୱାଲ, ଡିଜେ ବଚ୍ଚନ ଚିନ୍ନାପା ଓ ଉଦ୍ୟୋଗପତି ଭାରତଙ୍କୁ ଗିରଫ କରିଛି। ଏମାନଙ୍କୁ ରିମାଣ୍ଡରେ ନେଇ ଏବେ ପୁଲିସ ପଚରାଉଚରା କରୁଛି।

Drugs Case
ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା ଅଭିଯୁକ୍ତମାନେ

ଏମାନେ ବେଙ୍ଗାଲୁରୁର ସେଲିବ୍ରିଟି, ଚଳଚ୍ଚିତ୍ର ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଡ୍ରଗ୍ସ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଏମାନେ ନିଜ ବାସଭବନରେ ରେଭ୍ ପାର୍ଟିର ଆୟୋଜନ ମଧ୍ୟ କରିଥିବା ପୁଲିସ ସୂତ୍ରରୁ ଜଣାପଡିଛି।

ପୂର୍ବରୁ ଗିରଫ ହୋଇଥିବା ଡ୍ରଗ୍ସ ବ୍ୟବସାୟୀ ଥୋମାସଙ୍କୁ ପଚରାଉଚରା କରିବା ପରେ ଏହି ୩ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା। ଏହି ଆଧାରରେ ପୁଲିସ ଆଜି ରେଡ୍‌ କରିଥିଲା। ଥୋମାସ ହେଉଛନ୍ତି ଜଣେ ଆଫ୍ରିକୀୟ ନାଗିରକ। ପୁଲିସ ଅଗଷ୍ଟ ୧୨ ତାରିଖରେ ଗୋବିନ୍ଦପୁରାରୁ ଥୋମାସଙ୍କୁ ଗିରଫ କରିଥିଲା। ତାଙ୍କ ନିକଟରୁ ସେତେବେଳେ ବିପୁଳ ପରିମାଣରେ ଲକ୍ଷ ଲକ୍ଷ ଟଙ୍କାର ଡ୍ରଗ୍ସ ଜବତ ହୋଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।