ରାସ୍ତାକଡ଼ରୁ ମିଳିଲା ମହିଳା ସିଙ୍ଗରଙ୍କ ମୃତଦେହ
ଚଣ୍ଡିଗଡ: ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର। ରାସ୍ତାକଡ଼ରୁ ଉଦ୍ଧାର ହେଲା ମହିଳା ସିଙ୍ଗର୍ଙ୍କ ମୃତଦେହ। ଦୁଇ ସପ୍ତାହ ତଳେ ସେ ନିଖୋଜ ଥିବା ବେଳେ ଗତକାଲି ତାଙ୍କ ମୃତଦେହ ଜାତୀୟ ରାଜପଥ କଡ଼ରୁ ମିଳିଛି। ଏଭଳି ଏକ ଘଟଣା ଘଟିଛି ହରିୟାଣାର ରୋହତକ ଜିଲ୍ଲାରେ।
ହରିୟାଣାର ଏହି ଗାୟିକାଙ୍କ ନାଁ ସଙ୍ଗୀତା। ସେ ଦିଲ୍ଲୀରେ ରହୁଥିଲେ। ମେ’ ୧୧ ତାରିଖରେ ପରିବାର ଲୋକେ ତାଙ୍କୁ ଶେଷ ଥର ପାଇଁ ଦେଖିଥିଲେ। ତା’ପରଠୁ ତାଙ୍କର କୌଣସି ଖୋଜଖବର ନଥିଲା। ତିନି ଦିନ ପରେ ପରିବାର ଲୋକେ ସଙ୍ଗୀତାଙ୍କୁ ଅପହରଣ କରାଯାଇଥିବା ନେଇ ପୁଲିସରେ ମାମଲା ରୁଜୁ କରିଥିଲେ। ସଙ୍ଗୀତାଙ୍କ ସହ କାମ କରୁଥିବା ଦୁଇ ଜଣ ଯୁବକଙ୍କ ବିରୋଧରେ ପରିବାର ଲୋକେ ଅପହରଣ ଓ ହତ୍ୟା ଅଭିଯୋଗ ଆଣିଥିଲେ।
ରିପୋର୍ଟ ମୁତାବକ, ମେ’ ୧୧ ତାରିଖରୁ ନିଖୋଜ ଥିବା ସଙ୍ଗୀତାଙ୍କ ମୃତେଦହ ରାସ୍ତାକଡ଼ରେ ପଡିଥିବା ନେଇ ରୋହତକ ମେହମ ପୁଲିସ ଥାନାକୁ ଖବର ମିଳିଥିଲା। ଭୌନି ଭୋରା ଗାଁ ନିକଟରୁ ତାଙ୍କ ମୃତଦେହକୁ ପୁଲିସ ଗତକାଲି ସନ୍ଧ୍ୟାରେ ଉଦ୍ଧାର କରିଥିଲା। ତଦନ୍ତ ପରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ତାଙ୍କ ଶରୀର ବିଭିନ୍ନ ସ୍ଥାନରେ ମଧ୍ୟ କ୍ଷତ ଚିହ୍ନ ରହିଛି। ଏପରିକି ତାଙ୍କୁ ଚିହ୍ନିବା ମୁସ୍କିଲ ହୋଇପଡ଼ିଛି ବୋଲି ପୁଲିସ କହିଛି।
Haryana | We received a mutilated body last evening near Bhaini Bhairon village;it couldn't be identified… later, we found that an FIR u/s 365 IPC was filed in the matter at Jaffarpur PS,Delhi. Body identified to be of a Sangeeta (Haryanvi singer): SI Vikas, Meham Police pic.twitter.com/mBIV0QmAXj
— ANI (@ANI) May 23, 2022
ଏସ୍ଆଇ ବିକାଶଙ୍କ କହିବା ମୁତାବକ, ଯୁବତୀଙ୍କ ମୃତଦେହକୁ ବ୍ୟବଚ୍ଛେଦ ଓ ଚିହ୍ନଟ କରିବା ପାଇଁ ପିଜିଆଇ ରୋହତକ ଶବଗୃହରେ ରଖାଯାଇଥିଲା। ପରେ ସେ ଗାୟିକା ସଙ୍ଗୀତା ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ଦିଲ୍ଲୀ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ଗିରଫ ଅଭିଯୁକ୍ତଙ୍କୁ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି। ବ୍ୟବଚ୍ଛେଦ ପରେ ଏହି ମାମଲା ଦିଲ୍ଲୀ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଏସ୍ଆଇ ବିକାଶ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।