ହିମେଶଙ୍କ ବୈବାହିକ ସଂପର୍କରେ ପଡ଼ିଲା ଫାଟ

ମୁମ୍ବାଇ: ହିମେଶ ଓ କୋମଲଙ୍କ ୨୨ବର୍ଷର ବୈବାହିକ ସଂପର୍କରେ ପଡ଼ିଛି ଫାଟ। ବାନ୍ଦ୍ରାର ଫାମିଲି କୋର୍ଟରେ ଉଭୟ ଛାଡପତ୍ର ପାଇଁ ଆବେଦନ କରିଛନ୍ତି।

ଖବର ମୁତାବକ ହିମେଶଙ୍କ ଜଣେ ଟିଭି କଳାକାର ସୋନିଆ କପୁରଙ୍କ ସହ ପ୍ରେମ ସଂପର୍କ ରହିଛି। ଅନ୍ୟପଟେ ହିମେଶ ଓ କୋମଲଙ୍କ କହିବାନୁଯାୟୀ ଉଭୟ ଆପୋସ ବୁଝାମଣାରେ ଅଲଗା ହେଉଛନ୍ତି। ଅଲଗା ହେବା ପରେ ଉଭୟ ଉଭୟଙ୍କ ପରିବାରର ଅଂଶ ରହିବେ ବୋଲି କହିଛନ୍ତି। ଏହା ସହିତ ନିଜ ପୁଅର ଲାଳନପାଳନ ଉଭୟ ମିଳିମିଶି କରିବାର ନିଷ୍ପତ୍ତି ନେଇଛନ୍ତି।