କାନ୍ଦିଲେ ହିମେଶ ରେଶମିଆ

ମୁମ୍ୱାଇ: ବଲିଉଡ୍‌ ସିଙ୍ଗର୍‌ ହିମେଶ ରେଶମିଆଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ ଫିଲ୍ମର ଗୀତ ‘ତେରୀ ମେରୀ କାହାନୀ’ ଗତକାଲି ରିଲିଜ୍‌ ହୋଇଛି। ଗୀତଟି ୟୁଟ୍ୟୁବ୍‌ ଟ୍ରେଣ୍ଡିଙ୍ଗ୍‌ ଲିଷ୍ଟରେ ରହିଛି। ଗୀତ ରିଲିଜ୍‌ ସମୟରେ ହିମେଶଙ୍କ ସହିତ ତାଙ୍କ ସ୍ତ୍ରୀ ସୋନିଆ କପୁର ଓ ରାନୁ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ। ତେବେ ଗୀତ ରିଲିଜ୍‌ର ଇଭେଣ୍ଟରେ କଥାବାର୍ତ୍ତା କରୁଥିବା ସମୟରେ ଅଚାନକ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦିବା ଆରମ୍ଭ କରିଥିଲେ। କାନ୍ଦିବା ସମୟରେ […]

hhh

hhh

Puspanjali Panda
  • Published: Wednesday, 11 September 2019
  • Updated: 11 September 2019, 05:23 PM IST

Sports

Latest News

ମୁମ୍ୱାଇ: ବଲିଉଡ୍‌ ସିଙ୍ଗର୍‌ ହିମେଶ ରେଶମିଆଙ୍କ ଫିଲ୍ମ ‘ହାପି ହାର୍‌ଡି ଆଣ୍ଡ୍‌ ହୀର୍‌’ ଫିଲ୍ମର ଗୀତ ‘ତେରୀ ମେରୀ କାହାନୀ’ ଗତକାଲି ରିଲିଜ୍‌ ହୋଇଛି। ଗୀତଟି ୟୁଟ୍ୟୁବ୍‌ ଟ୍ରେଣ୍ଡିଙ୍ଗ୍‌ ଲିଷ୍ଟରେ ରହିଛି। ଗୀତ ରିଲିଜ୍‌ ସମୟରେ ହିମେଶଙ୍କ ସହିତ ତାଙ୍କ ସ୍ତ୍ରୀ ସୋନିଆ କପୁର ଓ ରାନୁ ମଣ୍ଡଳ ମଧ୍ୟ ଉପସ୍ଥିତ ଥିଲେ।

ତେବେ ଗୀତ ରିଲିଜ୍‌ର ଇଭେଣ୍ଟରେ କଥାବାର୍ତ୍ତା କରୁଥିବା ସମୟରେ ଅଚାନକ ହିମେଶ ରେଶମିଆ ଭାବବିହ୍ୱଳ ହୋଇ କାନ୍ଦିବା ଆରମ୍ଭ କରିଥିଲେ।

କାନ୍ଦିବା ସମୟରେ ହିମେଶଙ୍କ ସ୍ତ୍ରୀ ତାଙ୍କର ଲୁହ ପୋଛି ଦେଇଥିଲେ। ସେ କାନ୍ଦୁଥିବାର କିଛି ଫଟୋ ବର୍ତ୍ତମାନ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ତେବେ ସେଶାଲ ମିଡିଆରେ ରାନୁଙ୍କ ଲୋକପ୍ରିୟତା ନେଇ ହେଉଥିବା ଚର୍ଚ୍ଚା ପାଇଁ ହିମେଶ ରେଶମିଆ କାନ୍ଦୁଥିବା ଜଣାପଡ଼ିଛି।

ରାନୁ ମଣ୍ଡଳ ଲତା ମଙ୍ଗେଜକରଙ୍କ ଗୀତ ଗାଇ ଲାଇମ୍‌ ଲାଇଟ୍‌କୁ ଆସିବା ପରେ ହିମେଶ ତାଙ୍କର ପ୍ରଶଂସା କରିଥିଲେ। କିନ୍ତୁ ରାନୁଙ୍କ ସାହାଯ୍ୟରେ ହିମେଶ ରେଶମିଆ ନିଜକୁ ଲାଇମ୍‌ ଲାଇଟ୍‌ରେ ରଖିବାକୁ ଚାହୁଁଛନ୍ତି ବୋଲି ତାଙ୍କ ଉପରେ ଅଭିଯୋଗ ଲାଗିଥିଲା।

ତେବେ ଏହା ମଧ୍ୟ ସତ ଯେ, ତାଙ୍କ ପାଇଁ ହିଁ ରାନୁଙ୍କୁ ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରିଛି।

 

https://youtu.be/VCTk-IUNnpc

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos